ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଓ ଓଡିଶା ଗସ୍ତ

ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ବାରିପଦାଠାରେ ସେ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନ ଏଲପିଜି ପାଇପଲାଇନ ପ୍ରକଳ୍ପ ଏବଂ ବାଲେଶ୍ୱର ବହୁମୂଖୀ ଲଜିଷ୍ଟିକ ପାର୍କର ଲୋକାର୍ପଣ କରିବେ। ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ଏଲପିଜି ପାଇପଲାଇନ ନିର୍ମାଣ କରାଯାଉଛି।ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ହରିପୁରଗଡ ଠାରେ ଥିବା ଐତିହାସିକ ଦୁର୍ଗର ରସିକରାୟ ମନ୍ଦିରର ବିକାଶ ଓ ସଂରକ୍ଷଣ କାର୍ଯ୍ୟକୁ ଶୁଭାରମ୍ଭ କରିବେ। ସେ ଏହି ଅବସରରେ ରାଜ୍ୟର ୬ଟି ପାସପୋର୍ଟ ସେବା କେନ୍ଦ୍ର ଉଦ୍ଘାଟନ କରିବା ସହ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ। ଟାଟାନଗର-ବାଦାମପାହାଡ ମଧ୍ୟରେ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଚଳାଚଳକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ବାରିପଦାଠାରେ ଏକ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।