ଭୋଟ ଦିଅ ତମେ ଭୋଟଦିଅ**ଏମ୍.ବିଜୟ କୁମାର

କହଲେ ନାଇ ଲୁଏ ମୋର କଥା
ଖାଲି କରୁଛେ ମୁଇ ସୁରତା
ତମେ ତୋ ସବଜାନତା ହୋ ଭୋଟର
ଆର କହେମି ମୁଇ କେନ କଥା

ଭୋଟ ଦିଅ ତମେ ଭୋଟଦିଅ
ନୋଟ ନେଇ କରି ଭୋଟ ଦିଅ
ଭୋଟଦିଅ ତମେ ଭୋଟଦିଅ
ମଦ ପିଇ କରି ତମେ ଭୋଟଦିଅ
ସଲାସୁତରା ଭିତରିଆ ସାରି
ମଗନିହା ପାଟି ସଭୁ ତୋ ସାଗସରତା(୦)

ଭୋଟଦିଅ ତମେ ଭୋଟଦିଅ
ସାଗୁନ-କପଡା ନେଇ ଭୋଟ ଦିଅ
ଭୋଟ ଦିଅ ତମେ ଭୋଟ ଦିଅ!
ପରବତ ଉଫଡେଇ ଦେମୁଁ ଦେଖୁଥ
ରାଜା ଜମିଦାର ପଏସାବାଲାକେ
ବୁଆ/ଶଶୁର ତମର ଲେତାଗୁତା(୧)

ମୁଡିଆ ମାରୁଛୁ ଢୋ ଢୋ ଗୋଡ଼ ତଲେ
ଉହୁଲି ଯାଉଛୁ ବାରେ ଘାଏ ରଖ ହେଲେ
ସବୁବେଳେ ଠିଆ ହେଉଛୁ ତମର ସଖା
ଭୋଟ ବେଲେ ଖାଲି ଆମକେ ନାଇପ ଦେଖା
ମହାଦାନୀ ତମେ ହୋ  ଧେନ ଧେନ ଭୋଟଦାତା
(୨)

ଉଘି ନୁରେ ଖୁକି ମାଛି ନୁରେ ଘା
ବିଲେଇ ଆଏଖ ମୁଜି ତପଚାରନୀ ହୁଏଗା
ଖଲି ଚଁଟା ଚାମଚା ପରର ଭାତେ କୁକୁରମାଡ଼
ଦାଲଭାତ ଖାଇ ଜିନ୍ଦାବାଦ କରି କରି
ନିଜେ ମୃର୍ଦାବାଦ ନାଇ ମିଲେ ଟିକେ ହାଡ଼
ନେଇ ନେଇ ନେତା ମୁତି ମୁତି ମୁତୁରୀ
ଜିତି ଜିତି ଗୋଡ଼ର ଜୋତା(୩)

କାଏ ଲାଭଲୋଭର ଲାଗି ନିଜକେ କରୁଛ ବିକ୍ରି
ଘିନି ନେଉଛନ ଭୋଟ ତମର ହାତ କାଟି କରି
ମନେରଖ ସବୁ ଦଲେ ଉଚ୍ଚ ଜାଏତ ମଗୁଁଆଲ
ସାବଧାନ ତମେ ତୋ ତାକର ପଛୁଆଲ
ଖୁଡ଼କଟା ଲୋକ ଇ ମାଏଟେ ତମେ ତୋ
ସାସନ କରବାର କଥା(୪)

କହଲେ ନାଇ ଲୁଏ ମୋର କଥା
ଖାଲି କରୁଛେ ମୁଇ ସୁରତା
ତମେ ତୋ ସବଜାନତା ହୋ ଭୋଟର
ଆର କହେମି ମୁଇ କେନ କଥା। ।

ଏମ୍.ବିଜୟ କୁମାର
ମହୁଲପଲ୍ଲୀ /ବୁଢ଼ାବାହାଲ/ସଁଇନ୍ତଲା/ବଲାଙ୍ଗୀର-୩୨
ମୋ-୭୯୭୮୭୮୪୧୩୦