କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଆରଏସ ଅନୁପସ୍ଥିତି ଯୋଗୁଁ -ଗନ୍ଧରାବନ୍ଧ ପଞ୍ଚାୟତର ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ଅଭିଯୋଗ

ବଙ୍ଗୋମୁଣ୍ଡା, ( ଅଶୋକ ନାରାୟଣ ଭୋଇ )-ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ର ନବ ଗଠିତ ଗନ୍ଧରାବନ୍ଧ ପଞ୍ଚାୟତରେ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହେଉଥିବା ନେଇ ଗନ୍ଧରାବନ୍ଧ ପଞ୍ଚାୟତର ବରୋବାହାଲ ଗ୍ରାମ ର ଶତାଧିକ ମହିଳା ଅଭିଯୋଗ କରିଛନ୍ତି ।ଗନ୍ଧରାବନ୍ଧ ପଞ୍ଚାୟତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଆରଏସ ଙ୍କ ଅନୁପସ୍ଥିତ ଯୋଗୁଁ ଉନ୍ନୟନ କାମ ବାଧାପ୍ରାପ୍ତ ହେଉଥିବା ବେଳେ ଜନସାଧାରଣ ବିଭିନ୍ନ ସରକାରୀ ଯୋଜନା ରୁ ବଞ୍ଚିତ ହେଉଛନ୍ତିି ।ବିଭାଗୀୟ ଅଧିକାରୀ ନ ଥିବାରୁ ବୋରୋବାହାଲ ଗ୍ରାମ ର ଅନେକ ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ ରହିଥିବା ବେଳେ ପ୍ରଶାସନ ଲୋକଙ୍କ ପ୍ରତି କେତେ ଯତ୍ନବାନ ଏଥିରୁ ସ୍ପଷ୍ଟ ଜଣାପଡୁଛି । ବୋରୋବାହାଲ ଗ୍ରାମର ଗୋଚର ଜମିରେ ଜବରଦଖଲ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ତିଆରି କରାଯାଉଥିବା ନେଇ ବିଡିଓ ଙ୍କ ଠାରେ ଅଭିଯୋଗ କରିଛନ୍ତି ।ପଞ୍ଚାୟତ ନିର୍ବହୀ ଅଧିକାରୀ ଏବଂ ଜିଆରଏସ ମାସ ମାସ ଧରି ପଞ୍ଚାୟତ କୁ ଆସୁ ନଥିବା ବେଳେ ସାଧାରଣ ଲୋକ ନିଜ ଅସୁବିଧା ଜଣେଇବା ପାଇଁ ପଞ୍ଚାୟତ ଅଫିସ କୁ ଯାଇ ଫେରି ଆସୁଥିବା ବେଳେ ଉନ୍ନୟନ ମୂଳକ କାମ ହୋଇପାରୁ ନାହିଁ ।ପଞ୍ଚାୟତ ର ଉନ୍ନୟନ ମୂଳକ କାମ ପାଇଁ ପ୍ରଶାସନର ଖାମ ଖିଆଳି ତଥା ଅବହେଳା ଯୋଗୁଁ ସାଧାରଣ ଜନତା ନାହିଁ ନଥିବାର ଅସୁବିଧାର ସମ୍ମୂଖିନ ହେଉଛନ୍ତି ।ପଞ୍ଚାୟତରେ ତୁରନ୍ତ ନୂତନ ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଆରଏସ ତୁରନ୍ତ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ।ଗନ୍ଧରାବନ୍ଧ ପଞ୍ଚାୟତରେ ସରପଞ୍ଚ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଁ ତଥା ମନରେଗା ଯୋଜନାର ଟଙ୍କା ପାଇଁ ଲାଞ୍ଚ ମାଗୁଥିବା ବିଡିଓ ଙ୍କ ଠାରେ ଅଭିଯୋଗ କରିଛନ୍ତି ।ବୋରୋବାହାଲ ଗ୍ରାମର ଗୋଚର ଜମିରେ ଜବରଦଖଲ କରୁଥିବାରୁ ଉଚ୍ଛେଦ ଦାବି ନେଇ ଶତାଧିକ ମହିଳା ତହସିଲଦାର ଙ୍କ ଠାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ।ଜବର ଦଖଲ ଉଚ୍ଛେଦ କରା ନ ଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।ପରେ ବିଡିଓ ଙ୍କ ଦ୍ୱାରସ୍ଥ ହୋଇ ପଞ୍ଚାୟତର ଉନ୍ନୟନ କାମ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ କରିଥିଲେ ।ବରୋବାହାଲ ଗ୍ରାମର ଚାଷୀ ଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମରୁଡି ସହାୟତା ହିସାବରେ ଯୋଗାଇ ଦିଆଯାଇଥିବା ମୁଗ,ବିରି,ଚିନାବାଦାମ ବିହନ କୁ ଚାଷୀ ଙ୍କୁ ଦିଆଯାଇନ ଥିବା ଅଭିଯୋଗ କରିଛନ୍ତି ।ମୁଗ,ବିରି,ଚିନାବଦାମ ବିହନ କୁ ଚାଷୀ ଙ୍କୁ ବଣ୍ଟନ କରାଯାଇ ନଥିବା ବେଳେ ଅଭିଯୋଗ ପରେ ମଧ୍ୟ କୃଷି ବିଭାଗ ଶୋଇପଡିଥିବା ଅଭିଯୋଗ କରିଛନ୍ତି ।ଏଥିରେ ଗୀତାଞ୍ଜଳି ପୁଟେଲ,ସାବିତ୍ରୀ ମାଝୀ,ଭୂମିସୁତା ପୁଟେଲ,ଗୁଣମତି ପୁଟେଲ,ଲିଙ୍ଗମତୀ ପୁଟେଲ,ହେମନ୍ତୀ ମାଝୀ,ସାଏବତୀ ପୁଟେଲ,ବୁଇ ପୁଟେଲ ପ୍ରମୁଖ ଙ୍କ ସହ ଶତାଧିକ ମହିଳା ଆସିଥିଲେ ।

Leave a Reply

Your email address will not be published. Required fields are marked *