ବାଙ୍ଗାଲାଦେଶ:ଶେଖ୍ ହସିନା ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ !

ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କଦଳ ‘ଆୱାମୀ ଲିଗ୍‌’ର ବିପୁଳ ବିଜୟ ହୋଇଛି। ଲଗାତାର ତୃତୀୟ ଥର ପାଇଁ ଦଳ ବାଜି ମାରିଥିବା ବେଳେ ଶେଖ୍ ହସିନା ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଛି। ବାଂଲାଦେଶର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆୱାମୀ ଲିଗ୍ ନେତୃତ୍ୱାଧୀନ ମେଣ୍ଟ ମୋଟ ୩୦୦ ଆସନରୁ ୨୬୦ରୁ ଅଧିକରେ ବିଜୟୀ ହୋଇଛି।ପ୍ରଧାନମନ୍ତ୍ରୀ ଶେଖ ହସିନା ୨ ଲକ୍ଷ ୨୯ ହଜାର ୫୩୯ ଭୋଟ୍‌ରେ ନିର୍ବାଚନ ଜିତିଛନ୍ତି। ଅପରପକ୍ଷରେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ବିଏନ୍‌ପି ପ୍ରାର୍ଥୀଙ୍କୁ ମାତ୍ର ୧୨୩ଟି ଭୋଟ୍ ମିଳିଛି।ତେବେ ଆଜି ହୋଇଥିବା ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଯୋଗୁଁ ୧୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଉଛି। ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ହିଂସା ଯୋଗୁଁ ବିଭିନ୍ନ ସ୍ଥାନରେ ଭୋଟ୍‌ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା।