୨୦୧୯ ପାଇଁ ଅନୁଚିନ୍ତା………  କୁଞ୍ଜବିହାରୀ ରାଉତ

ବିଦାୟ ନେଇଛି ଅଠର ଏବେ
ସୁଖ ଦୁଃଖ ଅନୁଭୂତିକି ନେଇ
ସ୍ବାଗତ କରୁଛୁ ନବବର୍ଷକୁ
ଶ୍ରଦ୍ଧା ସ୍ନେହ ସୁଖ ବାଣ୍ଟିବା ପାଇଁ……..
ନୂଆ ସମ୍ଭାବନା ଆଣିବା ପାଇଁ
ପୁରୁଣା କ୍ଳେଶକୁ ଦେବା ଦୁରେଇ
ମାନ ଅଭିମାନ ରଖିବା ନାହିଁ
ସ୍ବପ୍ନ ବାଣ୍ଟିବା ଉଣେଇଶି ପାଇଁ……..
ଭାରତୀୟ ଆମେ ଏକାଠି ହେବା
ଭାରତମାତାର ନାମ ରଖିବା
ଶତୃକୁ ସାମର୍ଥ ଦେଖାଇ ଦେବା
ଭାରତୀୟ ବୋଲି ଗର୍ବ କରିବା……..
ହିଂସା କ୍ରୋଧ ଲୋଭ ସ୍ବାର୍ଥପରତା
ନରହୁ ଆମ ପାଖେ ଦେବା ଦୂରେଇ
ଖୁସୀ ବାଣ୍ଟିବା ସମାଜରେ ଆମ
ସୁଖ ଦୁଃଖ ସହଭାଗିତା ହୋଇ……..
ଗତ ଦୁର୍ଘଟଣାର ଦୁଃଖ ଭୁଲିବା
ନୂଆ ସଂସ୍କାର ପାଇଁ ଆଗେଇଯିବା
ସପନ ଫୁଲକୁ ତୋଳି ଆଣିବା
ଓଡିଶାକୁ ପାଦେ ଆଗେଇ ନେବା……..
ଉଣେଇଶି ଆସେ ଫେଡି ଅଠର
ପୃଥିବୀ ହସୁଛି ହୋଇ ସୁନ୍ଦର
ନୂଆ ସମ୍ଭାବନା ନୂଆ ସକାଳ
ଅପେକ୍ଷା କରିଛୁ ହୋଇ ଆତୁର…….
ବିଶ୍ବ ଦୁଃଖ କ୍ଳେଶ ଯାଉ ଦୂରେଇ
ଭଲପାଇବାର ମଞ୍ଜି ବୁଣିବାପାଇଁ
ଆଗେଇ ଆସ ହେ ଭଉଣୀଭାଇ
ଖୁସୀ ହୁଅ ଏବେ ଉଣେଇଶି ପାଇଁ…….
₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹
ରାଉରକେଲା  ମୋ:୯୦୯୦୦୯୦୨୨୫