ଝାରସୁଗୁଡାରେ ଅଘରିଆ ପ୍ରତିନିଧିତ୍ବ ପାଇଁ ଉଭୟ ବିଜେପି-ବିଜେଡିରେ ଲବି !

ଝାରସୁଗୁଡା,(ହଲଚଲ୍ ନ୍ୟୁଜ୍)-ଅଘରିଆ ବହୁଳ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ବୀରେନ୍ ପାଣ୍ଡେଙ୍କ ପରେ ଅଘରିଆଙ୍କ ପ୍ରତିନିଧିତ୍ବ ହୋଇ ପାରିନାହିଁ। ୨୦୦୯ ବିଧାନସଭା ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ପରେ ପରେ ସ୍ଥାନୀୟ ପ୍ରତିନିଧିତ୍ବ କଂଗ୍ରେସ ଜାବୋଡି ଧରିଛି। ତେବେ ୨୦୧୯ ରେ ଅଘରିଆଙ୍କ ବୃହତ୍ତର ଭୋଟ୍ କୁ ଆଖିରେ ରଖି ବିଜେପି ଏଠାରୁ ଅଘରିଆ ପ୍ରାର୍ଥୀ ଦେବାକୁ ଯୋଜନା କରୁଥିବା ବେଳେ କେତେକ ବିଜେଡି ରୁ ମଧ୍ୟ ଅଘରିଆ ପ୍ରାଥୀତ୍ବ କୁ ଗୁରୁତ୍ବ ଦେଇଛନ୍ତି।ନିକଟରେ ଅଖିଳ ଭାରତୀୟ ଅଘରିଆ ସମାଜର ଦୁଷ୍ମନ୍ତ ପାଣ୍ଡେ ଝାରସୁଗୁଡା ନିର୍ବାଚନମଣ୍ଡଳୀରୁ ତାଙ୍କୁ ପ୍ରାର୍ଥୀ କରିବାକୁ ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିବା ଘଟଣା ଜିଲା ରାଜନୀତିରେ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି। ଦୁଷ୍ମନ୍ତଙ୍କ ପ୍ରାର୍ଥିତ୍ୱ ସ୍ବୀକାର କରିବାକୁ ଅଘରିଆ ସମାଜ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦୃଢ ଯୁକ୍ତି ଉପସ୍ଥାପନ କରିଛି। ଝାରସୁଗୁଡା ନିର୍ବାଚନମଣ୍ଡଳୀର ଉନ୍ନତି ପାଇଁ ଇଚ୍ଛାଶକ୍ତିର ଅଭାବକୁ ସମାଜ ଉପଲବ୍ଧି କରୁଛି। ଏହି ପ୍ରସଙ୍ଗ ଉପସ୍ଥାପନା କରି ଝାରସୁଗୁଡା ନିର୍ବାଚନମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ବିଜୟୀ ହୋଇଥିବା ଏବଂ ନିରବଚ୍ଛିନ୍ନ ଭାବେ ବିକାଶ କରାଯାଉଛି ବୋଲି ପ୍ରକାଶ କରୁଥିବା ନବ ଦାସଙ୍କ ବିକାଶ ଧାରାପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ପ୍ରଶ୍ନ ଉଠାଯାଇଛି। ଅନ୍ୟପକ୍ଷରେ ଅଘରିଆ ସମାଜ ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ୨୮% ଜନସଂଖ୍ୟା ଭୋଟଦେବାର କ୍ଷମତା ସାବ୍ୟସ୍ତ କରିଆସୁଛନ୍ତି। ତେଣୁ ଉଭୟ ନିରବଚ୍ଛିନ୍ନ ବିକାଶ ଏବଂ ମତଦାତାଙ୍କ ଅନୁପାତିକ ଗଣିତ ଉପରେ ଯୁକ୍ତି ଉପସ୍ଥାପନ କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ସମାନ ଅନୁରୋଧ ଜିଲା ବିଜେଡିର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ଏମ୍‌ପି ରବି ନାରାୟଣ ପାଣିଙ୍କୁ ମଧ୍ୟ ଭେଟି ଏହି ପ୍ରସଙ୍ଗ ଜଣାଇଛନ୍ତି। ଅକ୍ଟୋବର ୨୮ରେ ପୂର୍ଣ୍ଣା ଗ୍ରାମର ସାମାଜିକ କଲ୍ୟାଣମଣ୍ଡପରେ ଏକ ବୈଠକ ଡକାଯାଇ ଏହି ନିଷ୍ପତି ନିଆଯାଇଥିବା ଜଣାପଡିଛି। ଝାରସୁଗୁଡା ରାଜନୀତିରେ ବର୍ତ୍ତମାନ ବିଜେଡିର ମଙ୍ଗ ସମ୍ଭାଳୁ ଥିବା କିଶୋର ମହାନ୍ତି ଗତ ୨୦୦୯ ଏବଂ ୨୦୧୪ନିର୍ବାଚନରେ କଂଗ୍ରେସର ନବ ଦାସଙ୍କ ଠାରୁ ପରାଜିତ ହୋଇଥିଲେ। ଆଗକୁ ହେବାକୁ ଥିବା ୨୦୧୯ନିର୍ବାଚନରେ କିଶୋର ମହାନ୍ତି ପୁନଶ୍ଚ ଝାରସୁଗୁଡା ଦଖଲ କରିବାକୁ ନିଶ୍ଚିତ ପ୍ରୟାସ କରୁଥିବେ। ହେଲେ ଇତି ମଧ୍ୟରେ କଂଗ୍ରେସ ବିଧାୟକ ନବ ଦାସଙ୍କ(ପ୍ରେସ୍‌ ବିବୃତ୍ତି ଦେବା ପୂର୍ବରୁ) ବିଜେଡିରେ ଯୋଗଦେବାର ଚର୍ଚ୍ଚା ଝାରସୁଗୁଡା ବିଜେଡି ଓ କଂଗ୍ରେସ ରାଜନୀତି ଏବଂ ରାଜନୈତିକ କର୍ମୀଙ୍କୁ ସଙ୍କଟରେ ପକାଇ ଦେଇଛି। ଏପରିକି ଝାରସୁଗୁଡା ନିର୍ବାଚନମଣ୍ଡଳୀରୁ ବିଜେଡି ପାର୍ଥତ୍ତ୍ୱ ନେଇ ଏକ ପ୍ରକାର ଦ୍ୱନ୍ଦ୍ୱ ଉପୁଜିଥିଲା। ପୂର୍ବ ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ, ଏହି ନିର୍ବାଚନମଣ୍ଡଳୀରୁ ଅଘରିଆ ସମାଜର ବିରେନ ପାଣ୍ଡେ ତିନି ଥର ବିଧାୟକ ହୋଇଛନ୍ତି। ସେହିଭଳି ବିଜେପି ରୁ ଜଣେ ଆଇନଜିବୀ ସମେତ ବିଜେପି ଯୁବ ମୋର୍ଚ୍ଚା ସଭାପତି ଦୀପକ ପଟେଲ ଆଗ୍ରହୀଶଥିବାର ସୂଚନା ମିଳିଛି। ଅପରପକ୍ଷେ, ସ୍ବାଧିନତା ପରଠୁ ଅଘରିଆଙ୍କ ଦ୍ବାରା ନିୟନ୍ତ୍ରିତ ସୁନ୍ଦରଗଡ଼ ରାଜନିତୀ ୨୦୦୯ ରୁ ଆଦିବାସୀ ସଂରକ୍ଷିତ ହେବାରୁ ଆଉ ରାଜନିତୀ ପ୍ରତି ଆଗ୍ରହ ରଖୁନଥିବା ପରିପ୍ରେକ୍ଷୀରେ ଅଘରିଆ ସମାଜର କୁଆଡେ ଗୁପ୍ତ ନିଷ୍ପତ୍ତି ପରେ ଏବେ ବିଭିନ୍ନ ଦଳ ପାଇଁ ସୁନ୍ଦରଗଢିଆ ଅଘରିଆ ମଧ୍ୟ ଝାରସୁଗୁଡା ମୁହାଁ ହେଉଥିବାର ଶୁଣାଯାଉଛି।