ଚେହେରା ଉପରେ ଦାଗ:ଚିନ୍ତିତ ହୁଅନ୍ତୁ ନାହିଁ !!

ଭୁବନେଶ୍ୱର: ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ଗୁରୁତ୍ୱ ପ୍ରାୟ କମି ଯାଉଥିବାର ଦେଖିବାକୁ ମିଳୁଛି । ତଥାପି ଆମକୁ ଆମକୁ ସୌନ୍ଦର୍ଯ୍ୟର ଧ୍ୟାନ ରଖିବାକୁ ହେବ । ତେବେ, ଚାଲନ୍ତୁ ଜାଣିବା ନିଜ ଚେହେରାର ସୌନ୍ଦର୍ଯ୍ୟ ଅତୁଟ ରଖିବା ପାଇଁ ଆମକୁ କ’ଣ କରିବାକୁ ପଡ଼ିବ ।
ଖାଦ୍ୟରେ ଫଳ, ପରିବା, ଦୁଗ୍ଧ ଜାତୀୟ ଖାଦ୍ୟକୁ ପ୍ରଚୁର ମାତ୍ରାରେ ଖାଆନ୍ତୁ | ଫଳରେ ତ୍ୱଚା ତେଲିଆ ଦିଶିବ । ଏଥିସହ କଲରା, ଲାଉ ଏବଂ ଗାଜର ରସ ପିଅନ୍ତୁ । ମଝିରେ ମଝିରେ ଗରମ ପାଣିରେ ମୁହଁକୁ ବାମ୍ଫ ଦିଅନ୍ତୁ । ଫଳରେ ଆପଣଙ୍କ ମୁହଁରେ ଥିବା ଧୂଳିକଣିକା ବାହାରିଯିବ ଏବଂ ଆପଣଙ୍କ ମୁହଁ ପୂର୍ବପେକ୍ଷା ଉଜ୍ୱଳ ଦିଶିବ । ଅତିକମ୍‌ରେ ସପ୍ତାହକୁ ଥରୁଟିଏ ଏହି ବାମ୍ଫ ଦିଅନ୍ତୁ । ଏଥିସହ ମଝିରେ ମଝିରେ ମୁହଁରେ ଅମୃତଭଣ୍ଡା, କଦଳୀ, ଆଳୁ, ବିଲାତି ବାଇଗଣ କିମ୍ବା ମହୁ କୌଣସିରୁ ଗୋଟାଏ ଲେପ ଦିଅନ୍ତୁ । ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ । ଅଧିକରୁ ଅଧିକ ଥର ମୁହଁ ଧୁଅନ୍ତୁ । ଥଣ୍ଡା ପାଣିରେ ମୁହଁ ଧୋଇଲେ ବେଶି ଭଲ । ବ୍ରଣ, ଦାଗ କିମ୍ବା ଛଉ ଆଦି ସମସ୍ୟା ପାଖ ପଶେ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଣା ହେଲା ରାତିରେ ଜଲ୍‌ଦି ଶୋଇ ସକାଳୁ ଜଲ୍‌ଦି ଉଠନ୍ତୁ । ବିଳମ୍ବିତ ରାତିରେ ଶୋଇବା ତ୍ୱଚା ପାଇଁ ଆଦୌ ଶୁଭଙ୍କର ନୁହେଁ | ପ୍ରଚୁର ପରିମାଣର ପାଣି ପିଅନ୍ତୁ |