ପିଟାପିଟି ଡାଇମଣ୍ଡ କ୍ଲବ ତରଫରୁ ଯାତୀୟ ଖାଉଟି ଦିବସ ପାଳିତ

ହରିଚନ୍ଦନପୁ ,୨୫/୧୨( ପରେଶ କୁମାର ସେଠୀ)
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଟାପିଟି ପଂଚାୟତରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପିଟାପିଟି ଡାଇମଣ୍ଡ କ୍ଲବ ସହଯୋଗରେ ଯାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଫକିର ଚରଣ ମହାନ୍ତ ସମ୍ନାନୀତ ଅତିଥି ଝୁନୁ ସାହୁ,ପ୍ରମୋଦ କୁମାର ସାହୁ ,ଅରୁନ୍ଧତୀ ନାଏକ,ବାମଦେବ ମୁଣ୍ଡା ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ଯୁବକ ମାନଙ୍କୁ ନେଇ ସ୍ୱଚ୍ଛତା ସମନ୍ଧରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ମହାନ୍ତ ଛାତ୍ର ମାନଙ୍କର ଜୀବନଶୈଳି ଓ ସ୍ୱଚ୍ଛତା ଉପରେ ଆଲୋଚନା କରି ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରାଯାଇଥିଲା । ପରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ପୁରଷ୍କାର ପ୍ରଦାନ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ସ୍ୱଚ୍ଛାସେବୀ ଚିନ୍ମୟ କୁମାର ବେଜ,ଡାଇମଣ୍ଡ କ୍ଲବର ସଦସ୍ୟ ତାପସ କୁମାର ସାହୁ,ରାଜେଶ କୁମାର ସେଠୀଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।