ଗଣ୍ଡାବାହାଲି ୟୁଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ।

ନୂଆପଡା: (ସନ୍ତୋଷ କୁମାର ବାଗ,ହଲଚଲ୍ ନ୍ୟୁଜ୍ )ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଠାରେ ସ୍ଥାନୀୟ ୟୁଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୟୁଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଞ୍ଚାୟତ ହାଇସ୍କୁଲ ଖେଳପଡ଼ିଆ ରେ ଉଦ୍ଘାଟିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସରସ୍ୱତୀ ମେହେର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ମହେଶ୍ୱର ମେହେର,ସମାଜସେବୀ ଦିବାକର ଖମାରୀ,ସ୍ଥାନୀୟ ହାଇସ୍କୁଲ କ୍ରୀଡା ଶିକ୍ଷକ ଗଙ୍ଗାରାମ ମେହେର,ଶିକ୍ଷାବିତ ରାହସ ବିହାରୀ ମେହେର,ରାଜନାଥ ତିବାରୀ,

ପଶୁଡକ୍ଟର ହୃଷୀକେଶ ମେହେର,ପିଇଓ ବଲବନ୍ତ ଶବର,ନାଏବ ସରପଞ୍ଚ ଜେମାମଣି ମେହେର ପ୍ରମୁଖ ଉପସ୍ଥିତ ଥିଲେ ।ଉଦ୍ଘାଟନୀ ମ୍ୟାଚ ରେ ନୂଆପଡା ଜିଲ୍ଲା ଅନ୍ତର୍ଗତ ଲାଞ୍ଜି ଦଳ ଓ କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ହେମନ୍ତ ମେହେର ଓ ଭୀଷ୍ମନାରାୟଣ ମେହେର ଖେଳ ପରିଚାଳନା କରିଥିବାବେଳେ ପ୍ରକାଶ ପାତ୍ର ଓ ପ୍ରିତେଶ ଖମାରୀ ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ମୁନା ମେହେର ସ୍କୋରର ଦାଇତ୍ୱ ନିର୍ବାହ କରିଥିଲେ ।ମହାଳିଙ୍ଗ ଦଳର ଆଦି ଦାସ ମ୍ୟାନ ଅଫ ଦି ମ୍ୟାଚ ପାଇଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆସନ୍ତା ଜାନୁୟାରୀ ୬ତାରିଖ ଦିନ ଫାଇନାଲ ଖେଳ ହେବାସହ ଉଦଯାପିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି ।