ନାସ୍ତ୍ରେଦମସ୍‌ ଙ୍କ ଭବିଷ୍ୟତ ବାଣୀ:୨୦୧୯ ରୁ ଆରମ୍ଭ ହେବ ତୃତୀୟ ବିଶ୍ବଯୁଦ୍ଧ,ବିନାଶର ଆରମ୍ଭ !!

:ଫ୍ରାନ୍ସ୍‌ର ପ୍ରସିଦ୍ଧ ଜ୍ୟୋତିଷ ମାଇକେଲ ନାସ୍ତ୍ରେଦମସ୍‌ ୧୫୫୫ରେ ରଚନା କରିଥିଲେ ଏକ ପୁସ୍ତକ। ଏଥିରେ ଉଲ୍ଲେଖ ଥିବା ପ୍ରତିଟି ଉକ୍ତି ପରବର୍ତ୍ତୀ ସମୟରେ ସତ୍ୟରେ ପରିଣତ ହୋଇଛି ବୋଲି ଲୋକେ ବିଶ୍ୱାସ କରନ୍ତି। ଏହି ଜ୍ୟୋତିଷ ପୁସ୍ତକରେ ୨୦୧୯ରୁ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ହେବ ବୋଲି ସୂଚିତ ହୋଇଛି। ଏହା ୨୭ ବର୍ଷ ଧରି ଚାଲିବ। ଏହା ସହିତ ୨୦୧୯ଠାରୁ ପୃଥିବୀ ବିନାଶ ଆଡକୁ ଗତି କରିବ ବୋଲି ପୁସ୍ତକରେ ଦର୍ଶାଯାଇଛି। ପାଶ୍ଚାତ୍ୟ ଦେଶଗୁଡିକ ପତନ ହେବା ସହିତ କେତେକ ମହାଜାଗତିକ ଘଟଣା ୨୦୧୯ରେ ଘଟିବ ବୋଲି ନାସ୍ତ୍ରେଦମସ୍‌ଙ୍କ ପୁସ୍ତକରେ ଉଲ୍ଲେଖ ରହିଛି। ଏକ ସୂର୍ଯ୍ୟପରାଗ ସମୟରେ ଆକାଶରୁ ଅଗ୍ନି ବର୍ଷା ହେବାର ଆଭାସ ସେ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାନ ବୃଦ୍ଧି, ହିମଖଣ୍ଡ ତରଳିବା ଆଦି ପ୍ରତିଟି ଘଟଣା ୨୦୧୯ରେ ଚରମ ସ୍ଥିତିରେ ପହଞ୍ଚିବ ବୋଲି ଏହି ପୁସ୍ତକରେ ଦର୍ଶାଯାଇଛି। ତୃତୀୟ ବିଶ୍ୱ ଯୁଦ୍ଧରେ ଉତ୍ତରକୋରିଆ, ଆମେରିକା ଏବଂ ରୁଷିଆ ଆଦି ରାଷ୍ଟ୍ର ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପୁସ୍ତକରେ ଉଲ୍ଲେଖ ପଦ୍ୟରୁ ଆଭାସ ମିଳୁଛି। ଏଥିରେ ଆଣବିକ ଅସ୍ତ୍ରର ପ୍ରୟୋଗ ପ୍ରତିପକ୍ଷ ସୁପର ପାଓ୍ବାରଙ୍କ ମଧ୍ୟରେ ହେବାର ସୂଚନା ନାସ୍ତ୍ରେଦମସ୍‌ଙ୍କ ପଦ୍ୟାବଳୀରୁ ସଙ୍କେତ ମିଳୁଥିବା ଲୋକେ କହୁଛନ୍ତି। ଏହା ସହିତ ୨୦୧୯ରେ ଆତଙ୍କବାଦ, ପ୍ରାକୃତିକ ବିପର୍ଯ୍ୟୟ ଆଦି ଘଟଣା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହା ସହିତ ହଙ୍ଗେରୀ, ଚେକ୍‌ ଗଣରାଜ୍ୟ, ଇଟାଲୀ, ବ୍ରିଟେନରେ ବନ୍ୟାର ବିପର୍ଯ୍ୟୟ ଦେଖା ଯିବାର ଆଶଙ୍କା ରହିବ ଓ ମଣିଷ ମଧ୍ୟରେ ପଶୁତ୍ୱ ଭାବନା ବୃଦ୍ଧି ପାଇବ ବୋଲି ପୁସ୍ତକରେ ଉଲ୍ଲେଖ ରହିଛି। ସେହିପରି ମଧ୍ୟପୂର୍ବର କେତେକ ରାଷ୍ଟ୍ରରେ ଗୃହଯୁଦ୍ଧ ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ନାସ୍ତ୍ରେଦମସ୍‌ଙ୍କ ପୁସ୍ତକରେ ଦର୍ଶାଯାଇଛି। ଏହାକୁ ନେଇ ବିଶ୍ୱବ୍ୟାପି ନାନା ପ୍ରକାର କଳ୍ପନାଜଳ୍ପନା ଜାରି ରହିଛି। ବିଭିନ୍ନ ସୋସିଆଲ ମିଡ଼ିଆରେ ଏସମ୍ପର୍କିତ ତଥ୍ୟର ଶେୟାର ୟୁଜର ବେଶ୍‌ ଆଗ୍ରହର ସହିତ କରୁଥିବା ଜଣାପଡ଼ିଛି।