ସିନାପାଲି ରେ ଓଡ଼ିଶା ସାହିତ୍ୟ ଏକାଡେମୀ ର ସାରସ୍ୱତ ସମାରୋହ ।

ନୂଆପଡା ୧୭/୧୨ (ସନ୍ତୋଷ କୁମାର ବାଗ,ହଲଚଲ ନ୍ୟୁଜ) ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସ୍ଥାନୀୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ର ମିଳିତ ଆନୁକୂଲ୍ୟରେ ସରଧାପୁର ସ୍ଥିତ ସବୁଜ ବନାନୀ ଘେରା ପ୍ରଧାନୀ ପାହାଡ଼ ମଧ୍ୟରେ ମୁକ୍ତାକାଶ ତଳେ ସାରସ୍ୱତ ସମାରୋହ “ଆମ ଗାଁ ଆମ ସାହିତ୍ୟ ” ରବିବାର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଅଧିବେଶନ ରେ ଏକାଡେମୀ ସଦସ୍ୟ ଡ଼.ସୁଶାନ୍ତ କୁମାର ବିଶି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଜଗଦିଶ ପ୍ରସାଦ ଖମାରୀ ଓ ସମ୍ମାନିତ ଅତିଥି ଭାବରେ ଆଇନା ପତ୍ରିକାର ସମ୍ପାଦକ କ୍ଷେତ୍ରବାସୀ ସାହୁ ଯୋଗଦେଇଥିଲେ । ସେହିପରି ଓଡ଼ିଆ ସାହିତ୍ୟରେ “ଗାଁ ର ଚିତ୍ର” ଆଲୋଚନାର ଆଲୋଚକ ଭାବରେ ଅଧ୍ୟାପକ ଲୋହିତାକ୍ଷ ଯୋଶୀ,ଅଧ୍ୟାପକ ସାମୁଏଳ ଦାନୀ ଓ ଅଧ୍ୟାପକ ଗୋବିନ୍ଦ ସାହୁ ଯୋଗଦେଇ ନିଜ ନିଜ ଉପସ୍ଥାପନା ମାଧ୍ୟମରେ ସ୍ରୋତାଙ୍କୁ ବାନ୍ଧି ରଖିଥିଲେ । ଅଧିବେଶନ ଆରମ୍ଭରେ ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ସମାଜସେବୀ ସୁବ୍ରତ କୁମାର ଠାକୁର ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସମ୍ପାଦକ ତରୁଣ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସଵ ରେ ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ କବି ଚଣ୍ଡିଚରଣ ବିଶି , ମୁଖ୍ୟ ବକ୍ତା ଡ.ଗୀତାଶ୍ରୀ ପ୍ରିୟମ୍ବଦା ଓ ସମ୍ମାନିତ ଅତିଥି ଭାବରେ ଚିନ୍ତାମଣି ସାହୁ,ଡ.ସୁଶାନ୍ତ ବିଶି ଉପସ୍ଥିତ ଥିଲେ । ଯୁବ କବି ଗୌରାଙ୍ଗ କୁମାର ସାହୁ ଏବଂ ଲଳିତ କୁମାର ସୁନାରୀ କବିତା ଗୁଡିକ ର ସଂଯୋଜନା କରିଥିଲେ । ଆସର ପ୍ରାରମ୍ଭରେ ଶିବପ୍ରସଦ ମେହେର ଅତିଥୀଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପରେଶ କୁମାର ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାଁ ସରସ୍ବତୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଦେଇ ଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ସିନାପାଲି ଉଚ୍ଚ ବିଦ୍ୟାଳୟ ର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଶେଷରେ ରୂପେଶ ଚନ୍ଦ୍ର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ସିନାପାଲି ଅଂଚଳ ତଥା ଖଡ଼ିଆଳ, ନୂଆପଡା, କଳାହାଣ୍ଡି ଅଂଚଳରୁ ଶତାଧିକ କବି,କବୟିତ୍ରୀ,ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ । ଆସରରେ ଗୀତାଶ୍ରୀ ପ୍ରିୟମ୍ବଦା,ଖରତ ଚନ୍ଦ୍ର ବାରିକ,ଚିନ୍ତାମଣୀ ସାହୁ,ଚିନ୍ତାମଣୀ ହଂସ,ବିଜୟ ଯୋଶୀ,ବୈକୁଣ୍ଠ ମେହେର,ଚୁଡାମଣି ମେହେର,ନିଲାଞ୍ଚଳ ମେହେର,ମହେନ୍ଦ୍ର ସୁନାନୀ,ଶିବପ୍ରସାଦ ମେହେର,ବଂଶୀଧର ଜଗତ,ଗୌତମ ମେହେର,ସମ୍ବିତ ପାତ୍ର,ଚିନ୍ମୟ ପଣ୍ଡା,ମନୋରଞ୍ଜନ ମେହେର,ଧ୍ରୁବଚରଣ ପ୍ରଧାନ, ମୋହନ ଚରଣ ଦାସ,ନିକୁଞ୍ଜ ବିହାରୀ ସା,ଲୋଚନ ମେହେର,ପ୍ରେମାନନ୍ଦ ମେହେର,ମଳୟ ମେହେର,ଶରତ ସାହୁ ପ୍ରମୁଖ ନିଜ ନିଜ କବିତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୁମୁଦ ବନ୍ଧୁ ଯୋଶୀ, ମାର୍କଣ୍ଡ ଗହୀର,ସନ୍ତୋଷ କୁମାର ବାଗ,ଜିତେନ୍ଦ୍ରିୟ ମେହେର,ଦୀପକ ସା, ହରେକୃଷ୍ଣ ମେହେର,ପ୍ରଭାତ ମେହେର,ସାନୁର୍ଯ୍ୟ ମେହେର,ବେଣୁଧର ମେହେର,ଗୟାରାମ ମେହେର,ରମେଶ ମେହେର,ଅରୁଣ ମେହେର,ଫଣିନ୍ଦ୍ର ମେହେର,କିସନଲାଲ ମେହେର,ଅରିଗଞ୍ଜନ ଯୋଶୀ,ନବୀନ ମେହେର,ତ୍ରିନାଥ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡମ୍ବରୁଧର ମେହେର,ନରହରି ମେହେର,ଅର୍ଜୁନ ଛାତ୍ରୀଆ,ଭରତ ଚନ୍ଦ୍ର ମିଶ୍ର,ବନମାଳୀ ମେହେର,କମଳ ପ୍ରସାଦ ମେହେର,ଆନନ୍ଦ ମେହେର,ଡିଙ୍ଗର ନାୟକ,ସୁରେଶ୍ୱର ମେହେର,ମହେନ୍ଦ୍ର ମେହେର,ମଧୁକୁମାର ଜୈନ,ଥାନାଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ ।

ସନ୍ତୋଷ କୁମାର ବାଗ
ସିନାପାଲି, ନୂଆପଡା