ମହେଷାର୍ ହଁସି **ଅଧ୍ୟାପକ ଯୁବରାଜ ସା

ମହେଷାର୍ ହଁସି
——————–
ମହେଷା ପୂରା କନଫର୍ମ ଯେ
ଉଲଗନ୍ ନାଇଁ ତ ମରନ୍ ଭି ନାଇଁ ।
********************
କଥା ହେଲା………..
ପୋଢ଼ର୍ ମୁଡ଼୍ ଆରୁ ଗଏଁଡ଼୍
ଅଲଗ୍ ହେଇସାରି ଥିଲାନ
ତିର୍ଶୂଲ୍ ଛାତି ପାଖକେ
ଲମି ଆସି ଥିଲାନ
ହେଲେଁ ବି ହଁସୁଛେ ମହେଷା
ନନ୍ ଷ୍ଟପ୍ ସେ ହଁସି ।।

ଯେନଥିର୍ଲାଗି ଶଳା ଚିକିର୍ ପୁଓ
ହଁସୁଥିଲା ଯେ
ଆମେ ପଛେଁ ଜାନଲୁଁ ।।

କଥାହେଲା ସେଦିନ ଦୁର୍ଗା
ଜିନ୍ସ ପେଁଟ୍ , ବୁଟ୍ ଆରୁ
କୋଟ୍ ସାଙ୍ଗେ ଟାଇ ପିନ୍ଧିଥିଲା
ଜିନ୍ସ ପେଁଟ୍ ଖୁଲତେ ଖୁଲତେ
ଚେନ୍ ଟା
ଏନ୍ତା ଗୁପାନ୍ ଗୁପିଗଲା ଯେ
ଅସ୍ତ୍ର ଆର୍ ଧର୍ବା କାଣା
ବିବସ୍ତର୍ ତ ନାଇଁ ।।

ମହେଷା ପୂରା କନଫର୍ମ ଯେ
ଉଲଗନ୍ ନାଇଁ ତ ମରନ ବି ନାଇଁ ।।