ସିନାପାଲି ବିଜୁ ଯୁବ ବାହିନୀ ତରଫରୁ ବ୍ଲକ୍ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ନୂଆପଡା- ୦୯/୧୨ (ସନ୍ତୋଷ କୁମାର ବାଗ/ହଲଚଲ ନ୍ୟୁଜ୍)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ବିଜୁ ଯୁବ ବାହିନୀ ତରଫରୁ ବ୍ଲକ୍ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଯୁଗେନପଦର ହେଲିପେଡ୍ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୭ ଓ ୮ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ବ୍ଲକ୍ର ସମସ୍ତ ଗ୍ରାମପଞ୍ଚାୟତରୁ ୨୭ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ସିନାପାଲି ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳରେ ଚଟିଆଗୁଡା ଦଳ ସିନାପାଲିକୁ ହରାଇ ଚମ୍ପିୟନ୍ ହୋଇଥିଲା । ଖେଳ ପ୍ରଶିକ୍ଷକ ଅରୁଣ ଗଡତିଆ ଖେଳ ପରିଚାଳନା କରିଥିବା ବେଳେ ସିନାପାଲି ବ୍ଲକ୍ ଡବ୍ଲ୍ୟୁଇଓ ତଥା ବ୍ଲକ୍ ବିଜୁ ଯୁବ ବାହିନୀ ନୋଡାଲ ଅଫିସର ସୂର୍ଯ୍ୟକାନ୍ତ ଭୁଏ ଓ ବ୍ଲକ୍ ଯୁବ ବାହିନୀ କୋଅର୍ଡିନେଟର୍ ଉପସ୍ଥିତ ଥିଲେ । ବ୍ଲକ୍ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ ଘୋଷିତ ହୋଇଥିବା ଚଟିଆଗୁଡା ଦଳ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ନୂଆପଡା ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରିବାକୁ ଥିବା ଜଣାପଡିଛି ।