ସିନାପାଲି ଗାୟତ୍ରୀ ପରିବାର ତରଫରୁ ନିଶା ମୁକ୍ତ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡା- ୦୯/୧୨ (ସନ୍ତୋଷ କୁମାର ବାଗ/ହଲଚଲ ନ୍ୟୁଜ୍)- ଶାନ୍ତିକୁଞ୍ଜ ହରିଦ୍ୱାର ଅଖିଳ ଭାରତୀୟ ଗାୟତ୍ରୀ ପରିବାର ତରଫରୁ ସାରା ଭାରତ ବର୍ଷରେ ନିଶାମୁକ୍ତ ଭାରତ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ ଚଳାଇଥିବା ନିଶାମୁକ୍ତ ରଥ ଶୁକ୍ରବାର ସିନାପାଲିରେ ପହଞ୍ଚିବା ପରେ ସ୍ଥାନୀୟ ଗାୟତ୍ରୀ ପରିବାର ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏ ଅବସରରେ ଏକ ମୋଟର ସାଇକେଲ୍ ର‌୍ୟାଲି ସହ ନିଶାମୁକ୍ତ ରଥକୁ ସିନାପାଲି ସହର ପରିକ୍ରମା କରାଯାଇଥିଲା । ପରେ ସନ୍ଧ୍ୟାରେ ଏକ ସଭାର ଆୟୋଜନ କରାଯାଇ ଭିଡିଓ ପ୍ରଦର୍ଶିତ କରି ନିଶା ସେବନର କୁପରିଣାମ ଉପରେ ଜନସଚେତନତା ସୃଷ୍ଟିକରିବା ସହ ଲୋକଙ୍କୁ ନିଶା ସେବନରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ଆୟୋଜିତ ଗାୟତ୍ରୀ ଦୀପ ମହାଯଜ୍ଞରେ ସୁମିତ ଜୈନ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିନାପାଲି ଗାୟତ୍ରୀ ପରିବାର ତରଫରୁ ଚୈତନ୍ୟ ମେହେର, ନୁନ୍କରନ ଅଗ୍ରୱାଲ, ପୂର୍ଣ୍ଣଚନ୍ଦ୍ର ମେହେର, ତ୍ରୀନାଥ ମେହେର, ମହେଶ୍ୱର ମେହେର, ରମେଶ ମେହେର, ଋଷଭ ମେହେର, ହୀରାଲାଲ ଅଗ୍ରୱାଲ, ଶ୍ରୀକାନ୍ତ ମେହେର, ମଧୁ ନାଏକ, ତରୁଣ କୁମାର ମେହେର, କ୍ଷେତ୍ରମୋହନ ବନ୍ଦିଛୋର, କ୍ଷମାଧର ନିଆଲ, ବୀରେନ୍ଦ୍ର ମେହେର, ଗୌରହରି ମେହେର, ଖୁସିରାମ ମେହେର, ଅଗସ୍ତି ମେହେର, ଭବାନୀ ମେହେର, ସରୋଜ ମେହେର, ହେମସାଗର ମେହେର, ଅରୁଣ ମେହେର, ଲୁରୁ ମେହେର ତଥା ସ୍ଥାନୀୟ ଶାନ୍ତି ମହିଳା ମଣ୍ଡଳ, ମା ଦୁର୍ଗା ମହିଳା ମଣ୍ଡଳ, ଶାନ୍ତି ୟୁଥ୍ କ୍ଲବ୍, ଆଦର୍ଶ ୟୁଥ୍ କ୍ଲବ, ଉମଙ୍ଗ ୟୁଥ୍ କ୍ଲବ୍, ହନୁମାନ ୟୁଥ୍ କ୍ଲବ୍ର ସଦସ୍ୟ ସଦସ୍ୟାମାନଙ୍କ ସହ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ଅଂଶଗ୍ରହଣ କରିଥିଲେ ।