ଗଣ୍ଡାବାହାଲି ଶିଶୁ ମନ୍ଦିର ର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା ୮/୧୨ (ସନ୍ତୋଷ କୁମାର ବାଗ,ହଲଚଲ ନ୍ୟୁଜ)ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ର ବନବିହାର କାର୍ଯ୍ୟକ୍ରମ ଶନିବାର ଦିନ ନିକଟସ୍ଥ ଗମ୍ଭାରୀଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସର ପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ବନମାଳୀ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ପରିଚାଳନା ସମିତି ସଭାପତି ଦିବାକର ଖମାରୀ,ସମ୍ପାଦକ ଜଗନ୍ନାଥ ସେଠୀ, ଯୁଗ୍ମ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ମେହେର,ଉପସଭାପତି ଦେଵସିଂ ନାୟକ,କୋଷାଧ୍ୟକ୍ଷ ବେଦବ୍ୟାସ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ପୁରୋହିତ ଅତିଥି ପରିଚୟ ପ୍ରଦାନ ପୂର୍ବକ ବନବିହାରର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଉପରେ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ,ଗୁରୁଜୀଗୁରୁମାଙ୍କ ସମେତ ପରିଚାଳନା ସମିତିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଶିଶୁମନ୍ଦିରର ଆଚାର୍ଯ୍ୟ ନରୋତ୍ତମ ନାୟକ,ଦୁଷ୍ମନ୍ତ ମେହେର,ତରୁଣ ବୈଠାରୁ,ଆଚାର୍ୟଆ ତନୟା ମେହେର,ଭକ୍ତ ରାମ ବାଗ,ମାନସୀ ମେହେର,ସସ୍ମିତା ମେହେର,ଯୁଧିଷ୍ଠିର ମେହେର,ଚମାର ଦାସ,ମେଘବାନ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସନ୍ତୋଷ କୁମାର ବାଗ
ସିନାପାଲି, ନୂଆପଡା