ସିନାପାଲିର ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ ,ସାତ କିମି ପାହାଡ଼ ଚଢି ଚାଲିଚାଲି ଗଲେ ବିଭାଗୀୟ ଅଧିକାରୀ ।

ନୂଆପଡା ୨୮/୧୧,(ହଲଚଲ୍ ନିିିଜ୍ଉ)-ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସିନାପାଲି ର ଉପାନ୍ତ ଅପହଞ୍ଚ ଇଲାକା,ଦୁର୍ଗମ ମାଓପ୍ରବଣ ଅଂଚଳରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ମ୍ୟାଲେରିଆ ନିରାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । ସିନାପାଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ନଙ୍ଗଲବୋଡ଼, ଘାଟମାଲ ପଞ୍ଚାୟତ ର ଟଙ୍କାମାଲ,ବେଲପାଟି,ସିନ୍ଦୁରସିଲ ,ଚିତାରମା,ଜାମବାହଲି,ନଙ୍ଗଲଘାଟ,ଗେଣ୍ଡୁଲପାଣି,କନ୍ଦେନଝରିଆ ଭଲି ଅନେକ ଦୁର୍ଗମ ଅଞ୍ଚଳ ରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କର୍ମଚାରୀ ପହଞ୍ଚି ମ୍ୟାଲେରିଆ ପରୀକ୍ଷା ସହିତ ସ୍ତ୍ରୀ, ପ୍ରସୂତି,ଗର୍ଭବତୀ ଓ ପାଞ୍ଚ ବର୍ଷ ରୁ କମ ଶିଶୁ ମାନଙ୍କ ଓଜନ,ରକ୍ତଶର୍କରା,ରକ୍ତଚାପ ପରୀକ୍ଷା କରି ଉଚିତ ଔଷଧ ପ୍ରଦାନ କରାଯାଇଛି ।ଏହି ଅବସରରେ ଏ ଟି ଏସ ଦିବ୍ୟରଞ୍ଜନ ନାଏକ ଙ୍କ ନେତୃତ୍ୱରେ ଅଙ୍ଗଦ ମାଝୀ, ନିର୍ଜନ ମାଝୀ, ହୃଷୀକେଶ ସା, ସ୍ୱାସ୍ଥ୍ୟ କର୍ମୀ ହେମନ୍ତ ମେହେର,ଆଶିଷ ସୁପକାର,ସ୍ଥାନୀୟ ଆଶା ତଥା ଅଙ୍ଗନବାଡି କର୍ମୀ ପ୍ରମୁଖ କନ୍ଦେ ନଝରିଆ ଗାଁ କୁ ଯାଇ ପନ୍ଦର ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ସହ ଜଣେ ପ୍ରସୂତି ମାଁ ଓ ଛଅ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ପ୍ରକାଶ ଯେ କନ୍ଦେନଝରିଆ ଏକ ଦୁର୍ଗମ ମାଓପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏଠାକୁ ଯିବା ପାଇଁ ଠିକ ରାସ୍ତା ଟିଏ ନାହିଁ ।କୌଣସି ଯାନବାହନ ଯିବା ସମ୍ଭବ ନ ଥିବା ବେଳେ ପ୍ରାୟ ସାତ ରୁ ଆଠ କିମି ପାଦରେ ଚାଲି ଚାଲି ପାହାଡ଼ ଚଢି ଯିବାକୁ ପଡ଼େ ।ଦୁର୍ଗମ ପାହାଡିଆ ଗାଁ ଗେଣ୍ଡୁଲ ପାଣି ରୁ ଆଗକୁ ରାସ୍ତା ନାହି,ଗଲା ବେଳେ ହାତରେ ଏକ ବାଡ଼ି ବା ଠେଙ୍ଗା ର ସାହଯ୍ୟ ନେବାକୁ ପଡେ ।ଏ ଭଳି ସ୍ଥିତି ରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ ଓ ସେମାନଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ଲୋକଙ୍କ ଭୁରିଭୁରି ପ୍ରଶଂସା ପ୍ରକାଶ ପାଇଛି ।

ସନ୍ତୋଷ କୁମାର ବାଗ
ସିନାପାଲି,ନୂଆପଡା