ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜୁ ଜନତା ଦଳର ରାଜଭବନ ସମ୍ମୁଖରେ ୧୨ ଘଣ୍ଟିଆ ରିଲେ ଅନଶନ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର,୨୪/୧୧/୨୦୧୮-(ହଲଚଲ୍ ନ୍ୟୁଜ୍): ଓଡ଼ିଶାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କେନ୍ଦ୍ରର କୁଠାରାଘାତ । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ଆଜି ୧୨ ଘଣ୍ଟିଆ ପ୍ରତିକାତ୍ମକ ରିଲେ ଅନଶନ ରାଜଭବନ ସମ୍ମୁଖରେ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା, ବିଧାୟିକା ତଥା ଦଳର ଉପ-ସଭାପତି ଶ୍ରୀମତୀ ପ୍ରମିଳା ମଲିକ, ବିଧାୟକ ତଥା ସାଧାରଣ ସଂପାଦକ ଶ୍ରୀ ପଦ୍ମନାଭ ବେହେରା, ବିଧାୟକ ତଥା ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଲାଲବିହାରୀ ହିମିରିକାଙ୍କ ନେତୃତ୍ୱରେ ୩୦ ଜଣିଆ ପ୍ରତିନିଧି ଦଳ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ସଂକଳ୍ପବଦ୍ଧ । ଆଦିବାସୀମାନଙ୍କ ସଂସ୍କୃତିର ସୁରକ୍ଷା ସହିତ ପ୍ରଗତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ପ୍ରସାର ପାଇଁ ସାରା ଓଡ଼ିଶାରେ ୭୦୦୦ରୁ ଊଦ୍ଧ୍ୱର୍ ଛାତ୍ରାବାସ ନିର୍ମାଣ ସହିତ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ୨ଲକ୍ଷରୁ ଊଦ୍ଧ୍ୱର୍ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାଟ୍ରିକ ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରିଥାନ୍ତି । ଏହି ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ ମେଧାବୃତ୍ତି ବ୍ୟବସ୍ଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ହୋଇଆସୁଛି । ଏହି ବ୍ୟବସ୍ଥାରେ କେନ୍ଦ୍ର ୯୦% ଆର୍ôଥକ ବ୍ୟବସ୍ଥାରେ ସହଯୋଗ ରଖି ଆସୁଥିଲା । ୨୦୧୬-୧୭ ଆର୍ôଥକ ବର୍ଷରେ ଏହିକ୍ରମରେ ୨୧୫.୮୦ କୋଟି କେନ୍ଦ୍ରର ଅଂଶ ହୋଇଥିଲା ବେଳେ ରାଜ୍ୟ ଅଂଶ ୨୨.୪୮ କୋଟି ଟଙ୍କା ଥିଲା । ହଠାତ୍‍ କେନ୍ଦ୍ର ସରକାର ଏହି ବ୍ୟବସ୍ଥାର ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତ୍ତନ ଘଟାଇ ରାଜ୍ୟ ସରକାରଙ୍କ ଉପରେ ୮୦%ରୁ ଅଧିକ ଆର୍ôଥକ ବୋଝ ଲଦି ଦେଇଛନ୍ତି, ଯାହା ସମଗ୍ର ଅନୁସୂଚିତ ଜାତି ଛାତ୍ରଛାତ୍ରଙ୍କ ପ୍ରତି ଚରମ ଅନ୍ୟାୟ ବୋଲି ବିଜୁ ଜନତା ଦଳ ଅନୁଭବ କରୁଛି । ଫଳତଃ ଏହି ବର୍ଗର ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ୨୦୧୭-୧୮ ବର୍ଷରେ ମେଧାବୃତ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କାର ଆର୍ôଥକ ବୋଝକୁ ବହନ କରିବାକୁ ପଡିବ । ଏ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟକୁ ପତ୍ର ଲେଖି ଅନୁଦାନ କ୍ଷେତ୍ରରେ ପୁନର୍ବିଚାର କରିବା ସହ ପୂର୍ବବତ୍‍ କେନ୍ଦ୍ର ୯୦% ଓ ରାଜ୍ୟ ୧୦% ବହନ କରିବା ଲାଗି ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଆର୍ôଥକ ବୋଝକୁ ଲାଘବ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କ୍ଷେତ୍ରରେ ଯେଉଁ ଅଂଶ ପରିବର୍ତ୍ତନ ନିଷ୍ପତ୍ତି ନେଇ ନିଜ ମୁଣ୍ଡରୁ ବୋଝ ହଟାଇଛନ୍ତି, ତାହା ରାଜ୍ୟ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । କେନ୍ଦ୍ର ସରକାର ଛାତ୍ରବୃତ୍ତିର ଢାଞ୍ଚା ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଥିବାରୁ ପୂର୍ବରୁ ଦେଉଥିବା ୯୦% ଛାତ୍ରବୃତ୍ତି ବର୍ତ୍ତମାନ ମାତ୍ର ୨୦%ରେ ସୀମିତ ରହିଛି ।
ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ଯେ ଛାତ୍ରବୃତ୍ତି ପ୍ରଦାନ କ୍ଷେତ୍ରରେ ଢାଞ୍ଚା ପରିବର୍ତ୍ତନ ଯୋଗୁ ରାଜ୍ୟର ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ହୁଏତ ଅଧା ପାଠପଢ଼ାରୁ ବଞ୍ôଚତ ହୋଇପାରିନ୍ତି । ପୂର୍ବରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅର୍ଥକାଟ୍‍ କରି ରାଜ୍ୟ ଉପରେ କେନ୍ଦ୍ର ଆର୍ôଥକ ବୋଝ ଲଦିଦେଇଛନ୍ତି । ଏପରି ଏକ ପରିସ୍ଥିତିରେ ରାଜ୍ୟ ଗତି କରୁଥିଲା ବେଳେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଅନ୍ୟାୟ ହେବା ସାମାଜିକ ନ୍ୟାୟର ବିରୋଧୀ । ସାମଗ୍ରିକ ଭାବେ ସମସ୍ତ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି । କେନ୍ଦ୍ର ସରକାର ଏଭଳି ସମାଜ ବିରୋଧୀ ନିଷ୍ପତ୍ତିକୁ ପରିବର୍ତ୍ତନ କରି ପୂର୍ବଭଳି ନିଜର ଅଂଶ ପ୍ରଦାନ କରନ୍ତୁ, ନଚେତ୍‍ କେନ୍ଦ୍ରର ଏଭଳି ମନୋଭାବକୁ ନେଇ ଆଗାମୀ ଦିନରେ ଜନଅସନ୍ତୋଷ ସୃଷ୍ଟି ହେବ ବୋଲି ଶ୍ରୀ ବେହେରା କହିଥିଲେ ।
ଏହି ଅନଶନରେ ମନ୍ତ୍ରୀ ରମେଶ ମାଝୀ, ସାଂସଦ ଝିନ୍ନ ହିକ୍‍କା, ବିଧାୟକ ମହେଶ ସାହୁ, ଜଗନ୍ନାଥ ସାରକା, ସୁରେନ୍ଦ୍ର ସେଠୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ଯୋଗେନ୍ଦ୍ର ବେହେରା, ମାୟାଧର ଜେନା, ହୃଷିକେଶ ନାଏକ, ବିଜୟ ନାଏକ, ସୁଦାମ ମାର୍ଣ୍ଣି, ଡୁଗୁନି କହଁର, ରାଜୀବ ପାତ୍ର, ରମେଶ ପଟୁଆ, ପ୍ରମୋଦ ମଲ୍ଲିକ, ସୁଶାନ୍ତ ବେହେରା, କିଶୋର ତରାଇ, ତ୍ରିନାଥ ଗମାଙ୍ଗ, ବିଧାୟିକା ବାସନ୍ତୀ ମଲ୍ଲିକ, ପୂର୍ବତନ ସାଂସଦ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁଚରଣ ଦାସ, ମହିଳା ବିଜେଡି ସଭାନେତ୍ରୀ ମୀନତି ବେହେରା, ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ, ଅନୁସୂଚିତ ଜାତି ସାମ୍ମୁଖ୍ୟ କର୍ମକର୍ତ୍ତା ଅଶୋକ ମଲ୍ଲିକ, ନିରଞ୍ଜନ ସେଠୀ, ବିକାଶ ମଲ୍ଲିକ, ତାରିଣୀ ସେଠୀ, ମୀନତି ଦାସ, କୈଳାଶ ନାଏକ, ଶତ୍ରୁଘ୍ନ ମଲ୍ଲିକ, ନରେନ୍ଦ୍ର ସେଠୀ, ପୁଷ୍ପଲତା ବେହେରା, ଭାରତୀ ସିଂହ, ଦେବାଶିଷ ସିଠ୍‍, ଜାନକୀଲତା ନାଏକଙ୍କ ସମେତ ବହୁ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ଓ ଯୁବ ନେତୃତ୍ୱ ଯୋଗ ଦେଇଥିଲେ ।