*ଅଭୁକ୍ତ ଅଭୀପ୍ସା* -ପୁଷ୍ପାରାଣୀ ପଟେଲ

*ଅଭୁକ୍ତ ଅଭୀପ୍ସା*
ତୁମେ ପାହାଡପରି
ମୁଁ ତୁମ ପାଦତଳ
ଛଳଛଳ ଝରଣା
ଖୁବ ଆନମନା ।
ଢେଉରେ ଢେଉରେ
ଛୁଇଁବାକୁ ତୁମ ଛାତି,
ମୋର ବୃଥା ଖାଲି
ଏକ,ଅପଚେଷ୍ଟା ସିନା ।
ଥରୁଟିଏ ହାତେ
ତୋଳିନେଲେ,
ପାହାଡ କ’ଣ
ସତରେ ଛୋଟହୁଏ,
ଦୁନିଆ ଆଖିରେ!
ମୁଁ ତ ଛୁଇଁଥାନ୍ତି
କେବଳ ଥରୁଟିଏ
ତୁମ ସ୍ପର୍ଶ,ମୋର ମୋକ୍ଷ
ନୁହଁ ଆନକିଛି ଆଶା !!
ନହେଲା ନାହିଁ,ତୁମେ
ଥାଅ ସେହିପରି,ଧ୍ରୁବ
ଓ ଅଟଳ,ନୀରବ
ନିଶ୍ଚଳ,ଅଭିମାନେ ଭରା ।
ମୁଁ ବ୍ୟାକୁଳ ନୟନେ
ଚାହିଁଥାଏ ଏମିତିହିଁ
ଛୁଇଁବାକୁ ଥରେ
ମନେନେଇ ମୋର
ଅସଂଖ୍ୟ ଅଭୁକ୍ତ ଅଭୀପ୍ସା ।।
ପୁଷ୍ପାରାଣୀ ପଟେଲ ।
କୁଚିଣ୍ଡା,ସମ୍ବଲପୁର