ଭାରତ ଉପରେ ଆର୍ଥିକ କଟକଣା ଲଗାଇବାକୁ ଆମେରିକାର ଧମକ

ଓ୍ବାଶିଂଟନ: ରୁଷିଆ ରାଷ୍ଟ୍ରପ୍ରତି ବ୍ଲାଡିମୀର ଫୁଟିନ୍‌ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତକାଳରେ ଏସ୍‌-୪୦୦ କ୍ଷେପଣାସ୍ତ୍ର ଚୁକ୍ତି ହେବାର ଆଶା ରହିଛି। ତେବେ ଏହି ଚୁକ୍ତି ହେଲେ ଆମେରିକା ଭାରତ ଉପରେ ଆର୍ଥିକ କଟକଣା ଲଗାଇବାକୁ ଧମକ ଦେଇଛି। ପୁଟିନ୍‌ଙ୍କ ଦୁଇ ଦିନିଆ ଭାରତ ଗସ୍ତ ଉପରେ ଆମେରିକା ତୀକ୍ଷ୍‌ଣ ନଜର ରଖିଛି।