ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଚମ୍ପିଅନ୍ସ ଅଫ୍‍ ଦି ଆର୍ଥ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଜାତିସଂଘ ପକ୍ଷରୁ ‘ଚମ୍ପିଅନ୍ସ ଅଫ୍‍ ଦି ଆର୍ଥ’ ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ନୂଆଦିଲ୍ଲୀ ସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରରେ ପ୍ରଦାନ କରାଯାଇଛି। ପିଏମ ମୋଦୀଙ୍କ ସମେତ ଏହି ସମ୍ମାନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବେ ଏଥି ନିମନ୍ତେ ୟୁଏନ ପକ୍ଷରୁ ଏହି ସମ୍ମାନର ଘୋଷଣା କରାଯାଇ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମେକ୍ରୋଙ୍କୁ ଏହି ସମ୍ମାନ ସୌର ମେଣ୍ଟ, ପରିବେଶ ସୁଧାର କ୍ଷେତ୍ରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରଦାନ କରାଗଲା। ଏହି କାର୍ଯ୍ୟକ୍ରମରେ ଆମେରିକା ମହାସଚିବ ଏଣ୍ଟୋନିୟୋ ଗୁଟୋରେସ ଓ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ଗୃହ ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ରହିଛନ୍ତି।
ଜାତିସଂଘ ପକ୍ଷରୁ ଜାରି ସୂଚନା ମୁତାବକ ଫ୍ରାନ୍ସ ରାଷ୍ଟ୍ରପତି ମେକ୍ରୋଙ୍କ ପରିବେଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ମେଣ୍ଟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ସୁଦ୍ଧା ଦେଶରୁ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଶପଥ ପାଇଁ ଏଭଳି ସମ୍ମାନ ପ୍ରଦାନ କରାଯାଉଛି।
ବର୍ଷକୁ ଥରେ “ଚମ୍ପିଆନ ଅଫ ଆର୍ଥ’ ସମ୍ମାନ ସମାଜର ସେହି ବର୍ଗଙ୍କୁ ପ୍ରଦାନ କରାଯାଏ ଯେଉଁମାନଙ୍କ ପଦକ୍ଷେପ ପାଇଁ ପରିବେଶ ଉପରେ ସାକାରାତ୍ମକ ପ୍ରଭାବ ପଡ଼ିଥାଏ।