ଝାରସୁଗୁଡା ଜିଲ୍ଲା ସ୍ତରିୟ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭଉଦଘାଟନ ଉତ୍ସବ ।

ଝାରସୁଗୁଡା,(ଗାନ୍ଧୀରାମ ବେହେରା/ହଲଚଲ୍ ନ୍ୟୁଜ)-
ଆଜି ଝାରସୁଗୁଡାରେ ରାଜ୍ୟସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ଏହାଦ୍ୱାରା ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ବାଦପଡିଥିବା ଗରିବ ଲୋକମାନେ କିଲୋଗ୍ରାମ ପ୍ରତି ୧ ଟଙ୍କା ମୂଲ୍ୟରେ ମାସିକ ୫କିଲୋଗ୍ରାମ ଚାଉଳ ପାଇବାଦ୍ୱାରା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯଥେଷ୍ଟ ଉପକୃତ ହୋଇପାରିବେ ବୋଲି ରାଜ୍ୟ ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟ ସ୍ତରରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ଉତ୍ସବ ମନ୍ତ୍ରୀ ଶ୍ରୀମତୀ ଛୁରିଆ ଯୋଗଦେଇ ହିତାଧିକାରୀମାନଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ । ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ ବିଭୁତିଭୂଷଣ ପଟ୍ଟନାୟକ, ଝାରସୁଗୁଡା ନଗରପାଳ ହରିଶ ଗଣତ୍ର।,ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଉଦିତ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ଅବସରରେ ମୋଟ ୨୦୬୬୫ ଜଣ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଥିବାବେଳେ ଅବଶିଷ୍ଟ ୯୮୮୧ ଜଣଙ୍କୁ ଆବଶ୍ୟକୀୟ କାଗଜପତ୍ର ସୁଧାରିବା ପରେ ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀମତୀ ଛୁରିଆ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଦେଖିଥିଲେ ।