ଖୁନ୍ତାମାଲ ଗ୍ରାମରେ ଶ୍ରୀମଦ ଭାଗବତ ଦ୍ୱାଦଶ ସ୍କନ୍ଦ ଉତ୍ସବ ର ପୂର୍ଣ୍ଣାହୁତି ହୋଇଯାଇଛି ।

ଲାଇକେରା ରୁ ଗାନ୍ଧିରାମ  ଙ୍କ ରିପୋର୍ଟ ହଲଚଲ ନିଉଜ
ଖୁନ୍ତାମାଲ ଗ୍ରାମର ଜଗନ୍ନାଥ ମଣ୍ଡପ ଠାରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରୀମଦ ଭାଗବତ ଦ୍ୱାଦଶ ସ୍କନ୍ଦ ପରାୟଣ ଅଖଣ୍ଡ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ସଂସାରୁ ମୁକ୍ତି ପଥରେ ଗତି କରିବା ପାଇଁ ପ୍ରଭୁଙ୍କର ନାମମୃତ ପାନ କରି ପାପ ଦୁନିଆରୁ ନିଜକୁ ପୂଣ୍ୟ ପଥରେ ପଥିକ କରିବା ଏହାର ମୂଳ ଲକ୍ଷ୍ୟ ।ଏହି କାର୍ଯ୍ୟକ୍ରମ ରେ ପୂଜକ ଭିକାରି ଚରଣ ପାଣିଗ୍ରାହୀ ଶୋଭକର ବେହେରା ,ଭଗବାନ ସାହୁ,ପବିତ୍ର ସାହୁ, ସେସଦେଵ ସାହୁ,କୃଷ୍ଣଚନ୍ଦ୍ର ସାହୁ,କେଦାର ପାଣିଗ୍ରାହୀ,ନିରଞ୍ଜନ ସେଠ ଓ ଖୁନ୍ତାମାଲ ଗ୍ରାମବାସୀ ର ଭାଗବତ ପ୍ରେମୀମାନେ ସହଯୋଗ କରିଥିଲେ ।