ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ବିଧାୟକଙ୍କୁ ଉପେକ୍ଷା : ସାଧାରଣରେ ପ୍ରତିକ୍ରିୟା !

ସୁନ୍ଦରଗଡ,(ହଲଚଲ୍ ନ୍ୟୁଜ୍)-ଆଜିର ଝାରସୁଗୁଡା ଏୟାରପୋର୍ଟ ଲୋକାର୍ପଣ ଉତ୍ସବରେ ସୁନ୍ଦରଗଡ଼ ବିଧାୟକଙ୍କୁ ନିମନ୍ତ୍ରିତ କରାଯାଇ ନ ଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୄଷ୍ଟି ହୋଇଛି। ସୂଚନା ଥାଉକି, ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ତିନୋଟି ପ୍ରକଳ୍ପ ତଥା ଝାରସୁଗୁଡା-ସରଡେଗା (ଏମ୍.ସି.ଏଲ୍.) ରେଲ ଲାଇନ୍ ଓ ଗର୍ଜନବାହାଲ କୋଇଲା ପ୍ରକଳ୍ପ ସାଙ୍ଗକୁ ଏନଟିପିସି ର ଡୁଲଙ୍ଗା କୋଇଲା ଖଣିର ଶୁଭାରମ୍ଭ କରାଯିବ। ତେବେ ପରିତାପର ବିଷୟ ଯେ, ଏଭଳି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା କରାଯାଇ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ। ଫଳରେ ସୁନ୍ଦରଗଡ଼ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।