କଲରା:ଶରୀର ପାଇଁ ବେଶ୍ ଫାଇଦା

କଲରା ଖାଇବାକୁ ପିତା ଲାଗିଥାଏ କିନ୍ତୁ ଏହା ଶରୀର ପାଇଁ ବେଶ ଲାଭଦାୟକ ଅଟେ। ଅନ୍ୟ ପରିବା ତୁଳନାରେ କଲରାରେ ଅଧିକ ପରିମାଣରେ ଔଷଧୀୟ ଗୁଣ ଭରପୁର ଥାଏ। ଏହି ପରିବାଟିର ସ୍ୱାଦ ଯଦିଓ ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏଥିରେ ଭରି ରହିଛି ଅନେକ ପ୍ରକାରର ପୋଷଣ । କଲରାକୁ ଆପଣ ବିଭିନ୍ନ ଢଙ୍ଗରେ ବ୍ୟବହାର କରିପାରିବେ । ଖାଲି ସେତିକି ନୁହେଁ ଆପଣ ଚାହିଁଲେ ଏହାକୁ ଜୁସ କରି ମଧ୍ୟ ପିଇପାରିବେ।

  1. କଲରା ହାର୍ଟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହା ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ହୃଦ୍ ଘାତ ଜନିତ ସମସ୍ୟାକୁ କିଛି ମାତ୍ରାରେ ଏଡାଇବା ସମ୍ଭବପର ହୋଇଥାଏ।
  2. ଆପଣ ଯଦି ବିଭିନ୍ନ ଇନଫେକ୍ସନରୁ ନିଜରୁ ରକ୍ଷା କରିବାକୁ ଚାହୁଁଛନ୍ତି । ତେବେ କଲରା କିମ୍ବା କଲରାର ପତ୍ରକୁ ପାଣିରେ ଫୁଟାଇ ତା’ର ପାଣିକୁ ସେବନ କରନ୍ତୁ । ଏହାଦ୍ୱାରା ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।
  3. ନିଶ୍ୱାସ-ପ୍ରଶ୍ୱାସ ଜନିତ ସମସ୍ୟାକୁ ଦୂର କରିବାରେ କଲରା ଏକ ଉତ୍ତମ ପରିବା ଭାବରେ କାର୍ଯ୍ୟକରିଥାଏ । ତେବେ ନିୟମିତ ଭାବରେ ଖାଦ୍ୟରେ କଲରାକୁ ସେବନ କରିବା ଦ୍ୱାରା ଏହି ସମସ୍ୟାକୁ ଅନେକାଂଶରେ ଦୂର କରାଯାଇ ପାରିବ।
  4. କଲରାରେ ଭିଟାମିନ-ଏ,ବି ଏବଂ ସି  ଭରପୁର ରହିଥାଏ । ଏହାଛଡା କୈରୋଟିନ୍, ଭିଟାକୈରୋଟିନ୍, ଲୁଟିନ୍, ଆଇରନ୍, ପୋଟେସିୟମ, ମ୍ୟାଗ୍ନେସିୟମ ଭଳି ସ୍ୱାସ୍ଥ୍ୟ ଉପାଦେୟ ପୋଷଣ ରହିଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ।

କଲରା ଦ୍ୱାରା ମଧୁମେହ ଜନିତ ସମସ୍ୟାରୁ ମୁକ୍ତି ପାଇବା ସମ୍ଭବ ହୋଇଥାଏ । ଏଥିପାଇଁ କଲରା ଜୁସ୍ ଅତ୍ୟନ୍ତ ଉପକାରୀ ହୋଇଥାଏ।