ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧା ତରଫରୁ ସ୍ୱଚ୍ଛତା ହିଁ ସେବା ପାଳିତ

ଭୁବନେଶ୍ୱର -ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ତରଫରୁ ଭୁବନେଶ୍ୱରସ୍ଥିତ ନବୋଦୟ ଯୁବ ସଂଗଠନ କେନ୍ଦ୍ରରେ ‘ସ୍ୱଚ୍ଛତା ହିଁ ସେବା’ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ଓଡ଼ିଶା ଶାଖାର ନିର୍ଦ୍ଧେଶକ ଅଭିଜିତ୍ ବୋଷ, ଖୋର୍ଦ୍ଧାର ଜିଲ୍ଲା ଯୁବ ସଂଯୋଜକ ପ୍ରବୀର କୁମାର ପ୍ରଧାନ, ହିସାବ ରକ୍ଷକ ଶୁଭେନ୍ଦୁ ସାହୁ, ସମାଜସେବୀ ଲକ୍ଷ୍ମୀକାନ୍ତ ପାଇକରାୟ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ବାଲୁକା ଶିଳ୍ପୀ ସୁବଳ ମହରାଣା, ସେଂଚୁରିୟାନ ରକ୍ତାଦାତା ଗୋପୀମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ୱଚ୍ଛ ଭାରତ ସମ୍ପର୍କରେ କିଭଳି ନିଜକୁ ଏବଂ ନିଜର ଚତୁଃପାଶ୍ୱର୍କୁ ସଫା ରଖାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଭୁବନେଶ୍ୱରର ପୁରୁଣା ବସ୍ଷ୍ଟାଣ୍ଡ ଏବଂ କ୍ୟାପିଟାଲ ହସ୍ପିଟାଲରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫୦ରୁ ଉଦ୍ଧ୍ୱର୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଗୋପାଳ ଚନ୍ଦ୍ର ଜାନା, ପ୍ରତୁ୍ୟଷ ମଲ୍ଲ, ଅନନ୍ତ ପ୍ରଧାନ, ରଞ୍ଜନ କୁମାର ମହାପାତ୍ର ଏବଂ ପ୍ରତାପ ଚନ୍ଦ୍ର ସେଠୀ ପରିଚାଳନାରେ ସହଯୋଗ କରିଥିଲେ ।