ବାଲୁକା**ଶ୍ରୀରେଖା ମହାପାତ୍ର

ବାଲୁକା
ସାଗରର ବାଲୁକା ରାଶି
ଧସେଇ ଯାନ୍ତି ବିଛୁରି
ପାଦ ଦେଲେ ପକେଇ
ସେତ ଚୋରା ବାଲି ସମ
ଲୋଭାଏ ମନ
ସବିତାର କିରଣେ କରି ଝଲମଲ
ତୃର୍ଷ୍ଣାରେ ଆତୁର ଯାଯାବର
ଧାଏଁ ପଛେ ପଛେ
ମିଛେ ଖାଲି ପଡେ ଭ୍ରମରେ
ଯେତେ ତୋଳିଲେ ଘର
ସେତ ଯାଏ ଧସି
ହୁଏନାହିଁ ତୋଳି
ଭରସା ପାଏନା ତାକୁ
କେବେ ଦେବ ଠେଲି
ସାଗର ମଧ୍ୟକୁ ପେଲି
ଅଥଳ ଗଭୀରେ
ଯିବି ମୁଁ ଭାସି
କେହି ନଥିବେ ସେଠାରେ
ଦେବାକୁ ରୋକି।