ଭବତଂ ଭିକ୍ଷାଂ ଦେହିରେ କଳଙ୍କ *ନିଶିକାନ୍ତ ପାଢୀ (ସାମ୍ବାଦିକ)

ଭବତଂ ଭିକ୍ଷାଂ ଦେହିରେ କଳଙ୍କ

ନିଶିକାନ୍ତ ପାଢୀ (ସାମ୍ବାଦିକ)

ସର୍ବ ଧର୍ମର ସମନ୍ୱୟର ଦେଶ ଭାରତବର୍ଷ । ଯେଉଁଠି ବିଭିନ୍ନତା ଭିତରେ ଏକତା ହିଁ ଆଦର୍ଶ; ଅସହିଷ୍ଣୁତାକୁ ପ୍ରଶ୍ରୟ ଦିଆଯାଏନା । ଜାତି, ଧର୍ମ, ବର୍ଣ୍ଣକୁ ନେଇ କେହି ବିବାଦୀୟ ମନ୍ତବ୍ୟ ରଖିଲେ, ମୁଣ୍ଡ ଗଡେ, ପଦ ପଦବୀ •ଲିଯାଏ । ଗଣ ପ୍ରତିବାଦକୁ ସାମନା କରିବାକୁ ହୁଏ । ଆଜି ଓଡିଶାର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ଜୀବନରେ ଅନୁରୂପ ଘଟିଛି । ସାଧାରଣ ସଭାରେ ନେତା ମହୋଦୟ ବ୍ରାହ୍ମଣମାନଙ୍କୁ ଭିକାରୀ କହି ତାତ୍ସଲ୍ୟ ଭାବ ପ୍ରକାଶ କରିଛନ୍ତି, ଯାହାକି ଆଜି ବ୍ରାହ୍ମଣମାନଙ୍କର ସଂସ୍କାରବାଦୀର ପଦ ‘ଭବତଂ ଭିକ୍ଷାଂ ଦେହି’ ପଦରେ କଳଙ୍କ ବୋଳିଛି । କଥାରେ ଅଛି, ବହିଗଲା ପାଣି, ଗୁଣରୁ ଖସିଥିବା ତୀର, ପାଟିରୁ ବାହାରି ଥିବା କଥା; ଏମାନେ ସବୁ ଅଣଲେଉଟା । କହୁ କହୁ ପାଟିରୁ ବାହାରି ପଡିଲା କଥା । ପାଲଟିଗଲା ବିବାଦୀୟ ମନ୍ତବ୍ୟ । କଟାକ୍ଷ ତଥା ବିଦ୍ରୁପ । ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ହୋଇ ମଧ୍ୟ ଲଗାମଛଡା କରିଦେଲେ ତୁଣ୍ଡକୁ । ହାତରେ ଥାଳ ଧରି ଜାତି ଶ୍ରେଷ୍ଠ ବ୍ରାହ୍ମଣମାନଙ୍କୁ ବସାଇ ଦେଲେ ବଡଦାଣ୍ଡରେ । ବସ୍ଷ୍ଟାଣ୍ଡରେ ତଥା ଗାଁ ଗଣ୍ଡା ଓ ହାଟ ବଜାରରେ ।
ଭିକ୍ଷା ଏକ ପ୍ରବୃତିରୁ ହୀନ ବୃତିରେ ପରିଣତ ହୋଇଛି । ଭିକ୍ଷା ଶବ୍ଦ ସହିତ ବ୍ରାହ୍ମଣମାନଙ୍କର ଶାସ୍ତ୍ରଗତ ସଂପର୍କ ରହିଛି । ବ୍ରତୋପନୟନରେ ସଂସ୍କାରବେଦିରେ ମୁଣ୍ଡନ କର୍ମ ସମାପ୍ତ ହେବା ପରେ ଯଜେ୍ଞାପବାଚ ଧାରଣକରି କାନ୍ଧରେ ଛତା, ହାତରେ ଗଡୁଧରି ବ୍ରହ୍ମ•ରୀ ବେଶରେ ବ୍ରାହ୍ମଣ ବାଳକ ବାହାରେ ଭିକ୍ଷା ପାଇଁ । ଏହି ଭିକ୍ଷା ଥାଳିରେ ଦାନ ଦେଲେ ବହୁ ପୁଣ୍ୟ ଅର୍ଜନ ହେବାର ବିଶ୍ୱାସ ମଧ୍ୟ ଆମ ସମାଜରେ ରହିଛି । ବ୍ରହ୍ମ•ରୀ ହୋଇ ଶିକ୍ଷା ଆହରଣ କରିବା ଖୁବ୍ କଷ୍ଟ । ବଂଚିବାର ସମ୍ବଳ ଯୋଗାଡ କରିବାକୁ ସମୟ ନ ଥାଏ । ଫଳରେ ଖାଦ୍ୟ, ବସ୍ତ୍ର ତଥା ବାସ ପାଇଁ ଭିକ୍ଷାର ଆଶ୍ରୟ ନେବାକୁ ହୁଏ ବ୍ରହ୍ମ•ରୀକୁ । ଭାରତବର୍ଷରେ ଅନେକ ସାଧୁ, ସନ୍ଥ, ମୁନିଋଷିମାନେ ଜନ୍ମ ନେଇଛନ୍ତି । ଯେଉଁମାନେ କି ଭିକ୍ଷା ଉପରେ ନିର୍ଭର କରି ନିଜର ଜୀବନ ନିର୍ବାହ କରିବା ସହିତ ମଣିଷମାନଙ୍କୁ ଆଦର୍ଶ ମାର୍ଗ ଦେଖାଇପାରିଛନ୍ତି । ଇତିହାସ ପୃଷ୍ଠାରୁ ଆମେ ଜାଣୁ, ଛତ୍ରପତି ଶିବାଜୀ ଗୁରୁଙ୍କ ପାଇଁ ଭିକ୍ଷାକରି ଜଣେ ଆଦର୍ଶ ରାଜା ହୋଇପାରିଥିଲେ । ପୁରାଣ ପୃଷ୍ଠାରେ ଗୁରୁଙ୍କ ପାଇଁ ଉପମନ୍ୟୁ ଭିକ୍ଷାକରି କିପରି ଗୁରୁଙ୍କ ଆଶୀର୍ବାଦ ପାଇ ପାରିଥିଲେ, ତାହା ବର୍ଣ୍ଣନା କରାଯାଇଛି । ବୋ÷÷ଦ୍ଧଧର୍ମର ବୁଦ୍ଧ ଭିକ୍ଷୁମାନଙ୍କୁ ଥାଇଲାଣ୍ଡରେ ଦେବ ସମ୍ମାନ ସହିତ ଗଭୀର ଭକ୍ତି ଓ ସ୍ନେହର ସହିତ ଭିକ୍ଷା ଦିଆଯାଇଥାଏ । ଭିକ୍ଷା ଦେଲେ ମହାପୁଣ୍ୟ ମିଳେ – ଏ କଥାକୁ ହୃଦୟଙ୍ଗମ କରି ସେ ଦିନ ସୀତାଦେବୀ ଲକ୍ଷ୍ମଣଗାର ଡେଇଁ ବ୍ରାହ୍ମଣରୂପୀ ରାବଣ ରାଜାଙ୍କୁ ଭିକ୍ଷା ବଢାଇ ଦେଇଥିଲେ । ଗର୍ବି ତଥା ଅହଂକାରୀ ବଳି ରାଜାଙ୍କୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ଭଗବାନ ବାମନ-ବ୍ରାହ୍ମଣ ଅବତାରରେ ରାଜାଙ୍କୁ ତିନି ପାଦ ଭୂମି ଭିକ୍ଷା ମାଗିଥିଲେ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳଗାମୀ କରାଇଥିଲେ । ତେଣୁ ଭିକ୍ଷାର ପରମ୍ପରା ଦେବଲୋକଠାରୁ ମର୍ତ୍ୟଲୋକ ପର୍ଯ୍ୟନ୍ତ ବ୍ୟାପିଛି । ତେବେ ସେତେବେଳର ଭିକ୍ଷା ଏବଂ ବର୍ତମାନର ଭିକ୍ଷା ମଧ୍ୟରେ ଆକାଶ ପାତାଳ ଫରକ । ବର୍ତମାନର ଭିକ୍ଷା କହିଲେ ଏକ ହୀନ ବୃତି । ହୀନ ପ୍ରବୃତି କିଛି କର୍ମ ନ କରି ମାଗିବାର ହୀନ ମାନସିକତା । ଯେଉଁ ମଣିଷ ଏ ସବୁକୁ ଆପଣେଇ ନିଏ ସେ ହେଉଛି ଭିକାରୀ । ଯେତେବେଳେ ବ୍ରାହ୍ମଣ ବାଳକ ଉପନୟନ ସମୟରେ ଭବତଂ ଭିକ୍ଷାଂ ଦେହି କହି ଭିକ୍ଷା ମାଗୁଥିଲା, ସେ ଭିକାରୀ ନ ଥିଲା । ଭିକ୍ଷା ମାଧ୍ୟମରେ ସେ ସଂଗ୍ରହ କରୁଥିଲା ସହଯୋଗ, ସ୍ନେହ, ପ୍ରେମ, ଆଉ ଗୁରୁଜନମାନଙ୍କର ଆଶୀର୍ବାଦ ।
ସାଂପ୍ରତିକ ସମାଜରେ ବ୍ରାହ୍ମଣମାନେ ଖୁବ୍ ଅବହେଳିତ ଭାବେ ବସବାସ କରୁଛନ୍ତି । ସରକାରଙ୍କର ସଂରକ୍ଷଣ ନୀତିର ବ୍ରାହ୍ମଣମାନେ ଉପେକ୍ଷିତ ହୋଇଛନ୍ତି । ଗୀତା ଶାସ୍ତ୍ର ଅନୁସାରେ ଭଗବାନ କର୍ମ ଅନୁଯାୟୀ ଜାତି ସୃଷ୍ଟିକରିଛନ୍ତି । ଜାତି ଶ୍ରେଷ୍ଠ ଜାତି ସୃଷ୍ଟି କରିଛନ୍ତି । ଜାତି ଶ୍ରେଷ୍ଠ ବ୍ରାହ୍ମଣମାନେ ଦେବ ଉପାସକ ତଥା ସମାଜର ମଙ୍ଗଳକାରୀ ଅଟନ୍ତି । ବ୍ରାହ୍ମଣମାନେ ମନ୍ତ୍ର ପାଠ ନ କଲେ ଗୃହ ପ୍ରତିଷ୍ଠା ହୋଇପାରେନା । ପରଲୋକଗତ ପିତାମାତା ପିଣ୍ଡ ପାଣି ପାଆନ୍ତି ନାହିଁ । ଦେବାଦେବୀମାନେ ଫୁଲ ପାଣି ପାଇପାରନ୍ତିନି । ସମାଜରେ ବିଭିନ୍ନ ଜାତିର ଲୋକ ବିଭିନ୍ନ କର୍ମକରନ୍ତି । କିଏ ମାଟି ହାଣେ ତ କିଏ ହଳ କରେ । କିଏ ବଢେଇ କାମ କରେ ତ କିଏ କମାର ହୋଇ ଲୁହା ପିଟେ । ଆଉ କିଏ ଲୁଗା କାଚେ । କେଶ କାଟେ । ସମସ୍ତଙ୍କର କାମର ନିର୍ଦ୍ଦିଷ୍ଟ ମୂଲ୍ୟାୟନ ଥାଏ । କିଏ କେତେ ପ୍ରକାରେ କାମରେ ଠକେ । ମାତ୍ର ଘର ଓ ପରିବାରକୁ ବ୍ରାହ୍ମଣଟିଏ ଆସି ଆଶୀର୍ବାଦର ଅରୁଆ •ଉଳ ଛିଂଚେ, ଶାନ୍ତିପାଠ କରେ । ପରିବାରର ମଙ୍ଗଳ ତଥା ଯଜମାନର ମନୋବାଂଛା ପୂର୍ଣ୍ଣ ପାଇଁ ଠାକୁରଙ୍କୁ ଗୁହାରି କରେ । ପଂଚାମୃତ, ତୁଳସୀ, ବେଲପତ୍ର ଭକ୍ତର ହାତରେ ଦେଇ ସର୍ବପାପ ବିନାଶ ହେଉ ବୋଲି କୁହେ । ମିଛ ହେଉ ବା ସତ ହେଉ ମଣିଷର ମନରେ ଆତ୍ମବିଶ୍ୱାସ ଆସେ । ବଂଚିବାର ରାହା ମିଳେ, ଦୁଃଖ ସବୁ ଧୋଇଗଲା ପରି ଲାଗେ । ହେଲେ ହିସାବ ନ ଥାଏ, ବ୍ରାହ୍ମଣଙ୍କ କର୍ମର, ଦାବି ବି ନ ଥାଏ, ଯିଏ ଯାହା ଦେଲା । ଏଇଥି ପାଇଁ ବ୍ରାହ୍ମଣମାନେ ସବୁବେଳେ ଗରିବ । ଗରିବମାନେ ତ ହାତ ପତାନ୍ତି । ଗରିବମାନେ ତ ବସଷ୍ଟାଣ୍ଡ, ରେଳଷ୍ଟେସନ, ହାଟ ବଜାର ବୁଲନ୍ତି । ମାନ୍ୟବର ନେତା କହୁ କହୁ ଏହି ଅପ୍ରିୟ ସତଟିକୁ ବାନ୍ତିକରି ଦେଇଛନ୍ତି । ଆଉ କ’ଣ ଢୋକି ହେବ ?
ତେବେ ପ୍ରଶ୍ନ ଉଠେ ଗୋଟିଏ ଶ୍ରେଷ୍ଠଜାତିର ଦାରିଦ୍ର୍ୟତା ପାଇଁ ଦାୟୀ କିଏ ? କାହିଁକି ବ୍ରାହ୍ମଣମାନେ ଗରିବ ? କାହିଁକି ବ୍ରାହ୍ମଣମାନେ ଆଜି ସମାଜରେ ଅବହେଳିତ ଓ ଉପେକ୍ଷିତ ? ବ୍ରାହ୍ମଣମାନେ ଦେବ ସେବକ ହୋଇଥିବାରୁ ଅନ୍ୟପ୍ରକାର କର୍ମ କରିବାକୁ ସମ୍ଭବତଃ ସେମାନଙ୍କୁ ସମୟ ମିଳି ନ ଥାଏ । ଅନେକ ବ୍ରାହ୍ମଣ ବିବାହ, ବ୍ରତ, ଯଜ୍ଞ, ଶ୍ରାଦ୍ଧ, ଶୁଦ୍ଧି ଆଦି କର୍ମ ସଂପାଦନ ପୂର୍ବକ ଦି’ ପଇସା ରୋଜଗାର କରିଥାନ୍ତି । ଏହିସବୁ କର୍ମ ବର୍ଷସାରା ମିଳି ନ ଥାଏ, କି ଏପରି ପୁରୋହିତ କର୍ମମାନଙ୍କର ଜନମାନସରେ ନିର୍ଦ୍ଦିଷ୍ଟ ମୂଲ୍ୟାୟନ ମଧ୍ୟ ହୋଇ ନ ଥାଏ । ଯାହାଫଳରେ ବର୍ତମାନର ଦରବୃଦ୍ଧି ବଜାରକୁ ନେଇ ଜଣେ ବ୍ରାହ୍ମଣ ତାର ପରିବାରକୁ ଖୁବ୍ କଷ୍ଟରେ ଚଳାଇଥାଏ । ତା ଛଡା ଯେଉଁ ପରିବାର (ବ୍ରାହ୍ମଣ) ଗୁଡିକରେ ପିଲାମାନେ ଉଚ୍ଚଶିକ୍ଷିତ ହେବାର ସ୍ୱପ୍ନ ଦେଖନ୍ତି, ଝିଅ ପୁଅମାନେ ବିବାହ ବୟସରଙ୍କ ଉପନୀତ ହୁଅନ୍ତି, ସେ କ୍ଷେତ୍ରରେ ଦାରିଦ୍ର୍ୟ ଏକ ଅଜଗର ସାପ ହୋଇ ମାଡିବସେ ।
ଦେଶ ଓ ରାଜ୍ୟରେ ବ୍ରାହ୍ମଣମାନେ ଅନେକ ଉଚ୍ଚ ପଦବୀରେ ରହି ଦେଶକୁ ସେବା ଯୋଗାଇ ଦେବାର ଦାୟିତ୍ୱ ପାଇଥିଲେ ମଧ୍ୟ ଦାରିଦ୍ର୍ୟରେ ନିଷ୍ପେସିତ ହେଉଥିବା ବ୍ରାହ୍ମଣମାନେ ସମାଜ ବିଷୟରେ କେହି କେବେ ଚିନ୍ତା କରିନାହାନ୍ତି । ନିଜେ ଚର୍ଚ୍ଚିତ ନେତା ମହୋଦୟ ମନ୍ତ୍ରୀ ଥିବାବେଳେ ବ୍ରାହ୍ମଣଙ୍କର ଅବସ୍ଥା ବିଷୟରେ ସଚେତନ ଥାଇ କେବଳ ବିଦ୍ରୁପ କରିଛନ୍ତି ସିନା, ସତର ବର୍ଷର ଶାସନ ଭିତରେ କେବେ ବି ଥରେ ବୁଝିବାକୁ ଚେଷ୍ଟା କରିନାହାନ୍ତି ଗୋଟିଏ ଜାତିର ଅନ୍ତର ତଳର ବେଦନାକୁ । ତଥାପି ବେଦ ତଥା ଦେବ ଉପାସକମାନେ କେବେ ନିଜର ସ୍ୱାଭିମାନକୁ ଦଳି ଦେଇନାହାନ୍ତି । କିଏ କଣ କହିପାରେ । କିଏ କଣ ବୁଝିପାରେ, ମାତ୍ର ସନାତନ ଧର୍ମର ଋଷି ଓ ମହର୍ଷିମାନେ ହେଉଛନ୍ତି ନୈଷ୍ଠିକ ବ୍ରାହ୍ଣଣ ଜାତି । ଯେ ପର୍ଯ୍ୟନ୍ତ ଏ ସମାଜରେ ଦିଅଁ, ଦେବତା ଓ ମନ୍ତ୍ର ପ୍ରତି ମଣିଷର ବିଶ୍ୱାସ ଥିବ, ଭକ୍ତି ଥିବ, ସେ ପର୍ଯ୍ୟନ୍ତ ଏ ସମାଜ ବ୍ରାହ୍ଣଣମାନଙ୍କୁ ଖୋଜୁଥିବ । ବ୍ରାହ୍ଣଣ ଶବ୍ଦଟି ଜାତିଆଣ ଭାବକୁ ନେଇ ବିଭେଦ ସୃଷ୍ଟି କରେନା । ମଣିଷ ଓ ଈଶ୍ୱରଙ୍କ ମଧ୍ୟରେ ବ୍ରାହ୍ଣଣ ଏକ ସମନ୍ୱୟ ତଥା ଏକ ମଧୁର ସଂପର୍କ । ମଣିଷର ପୁଷ୍ପ, ଫଳ ତଥା ଭୋଗର ନୈବେଦ୍ୟ ସବୁ ବ୍ରାହ୍ଣଣଙ୍କର ମନ୍ତ୍ରପାଠ ଓ ସ୍ପର୍ଶରେ ଈଶ୍ୱରଙ୍କ ନିକଟରେ ପହଂଚି ଯାଏ । ବ୍ରାହ୍ମଣଙ୍କର ମନ୍ତ୍ରପାଠରେ ମନ ଓ ହୃଦୟ ସବୁ କେମିତି ପବିତ୍ରଭାବ ଓ ଦିବ୍ୟ ଚେତନାରେ ଉଦ୍ବୁଦ୍ଧ ହୋଇଉଠେ । ବ୍ରାହ୍ମଣଙ୍କର ସ୍ୱସ୍ତିବାଣୀରେ ଜୀବନ ସବୁ ଆଶ୍ୱସ୍ତ ହୋଇଉଠେ । ତେଣୁ କୋ÷÷ଣସି ପ୍ରେରିପ୍ରେକ୍ଷୀରେ ବ୍ରାହ୍ମଣମାନଙ୍କ ବୃତିକୁ ନେଇ କେବେ କଟାକ୍ଷ କରାଯାଇ ନ ପାରେ ।
ତେବେ ଦୁଃଖର ବିଷୟ କେତେକ ବ୍ରାହ୍ମଣମାନେ ଏବେ ନିଜର କୈାଳିକ ବୃତିକୁ ଭୁଲି ଅନ୍ୟ କର୍ମରେ ନିଜକୁ ନିୟୋଜିତ କରି ଅର୍ଥ ଉପାର୍ଜନ କରୁଛନ୍ତି । ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି କେତେକ ବ୍ରାହ୍ଣଣ ନିଜର ସଂସ୍କୃତି, ପରମ୍ପରା ତଥା ନୀତି ଓ ଆଦର୍ଶକୁ ମଧ୍ୟ ଭୁଲିଗଲେଣି । ବ୍ରାହ୍ମଣମାନଙ୍କଠାରେ ନିଷ୍ଠାପରତା ତଥା ଏକତା ଭାବର ଘୋର ଅଭାବ ପରିଲକ୍ଷିତ ହେଉଛି । ଫଳରେ ବ୍ରାହ୍ମଣମାନଙ୍କର ବୃତି ତଥା ରୀତିନୀତି ପ୍ରତି ଲୋକମାନଙ୍କ ବିଦ୍ରୁପଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇସ୍ଲାମି ତଥା ଖ୍ରୀଷ୍ଟିୟାନମାନେ ନିଜର ଧର୍ମକୁ ଯେପରି ସମ୍ମାନ ଦିଅନ୍ତି ସନାତନ ଧର୍ମର ହିନ୍ଦୁ ସମାଜରେ କିଛିଟା ଅଭାବବୋଧ ମନେହୁଏ । ମୁସଲମାନମାନେ ସ୍ଥାନ-କାଳ-ପାତ୍ର ପ୍ରତି ଗୁରୁତ୍ୱ ନ ଦେଇ ନମାଜ ପାଠ କରିଥାନ୍ତି । ଖ୍ରୀଷ୍ଟିଆନ୍ ପରିବାରରେ ଚର୍ଚ୍ଚକୁ ଯିବା ବାଇବେଲ୍ ପାଠ କରିବାକୁ ଏକ ପବିତ୍ର କର୍ମ ରୂପେ ମନେ କରାଯାଇଥାଏ । କିନ୍ତୁ ଆଜିର ବ୍ରାହ୍ମଣମାନେ ତ୍ରିକାଳ ସନ୍ଧ୍ୟା, ଗାୟତ୍ରୀ ଜପ କରିବାକୁ ସମୟ ଦେଉନାହାନ୍ତି । ଯିଏ ଯେ କୋ÷÷ଣସି କର୍ମ କରୁ ଅଥବା ଯେ କୋ÷÷ଣସି ପଦପଦବୀରେ ଥାନ୍ତୁ ନା କାହିଁକି ନିଜର କୋ÷÷ଳିକ ବୃତି ତଥା ନିଜର ସଂସ୍କୃତି, ଆଦର୍ଶ ଓ ପରମ୍ପରାକୁ ଭୁଲିଯିବା ଉଚିତ ନୁହେଁ । ତେବେ ଗରିବ ହେଉ, ଧନୀ ଅଥବା ଉଚ୍ଚପଦ ପଦବୀର ମର୍ଯ୍ୟାଦାବାନ୍ ବ୍ୟକ୍ତି ହୁଅନ୍ତୁ, ଯଦି ବ୍ରାହ୍ଣଣ, ତେବେ ତ୍ରିକାଳ ସଂଧ୍ୟା କରନ୍ତୁ । ଦିନକୁ ଥରେ ଗାୟତ୍ରୀ ଜପ କରନ୍ତୁ । ଦେଶ ସମାଜର ଉନ୍ନତି ପାଇଁ ସୂର୍ଯ୍ୟଦେବତାଙ୍କୁ ଜଳ ତର୍ପଣରେ ନିବେଦନର ଭକ୍ତି ଅର୍ଘ୍ୟ ଢାଳନ୍ତୁ । ବ୍ରାହ୍ମଣମାନେ କେବଳ ଆଧ୍ୟାତ୍ମିକତାର ପ୍ରଦୀପରେ ଜ୍ଞାନର ଆଲୋକ ଫୁଟାଇ ପାରିବେ । ବ୍ରାହ୍ଣଣ ସମାଜର ଉନ୍ନତି ପାଇଁ ସରକାର ଜନସାଧାରଣ ଆନ୍ତରିକତାର ସହିତ ଚେଷ୍ଟା କରନ୍ତୁ । ସନାତନ ଧର୍ମରେ ଦୀକ୍ଷିତ ସମାଜ ବ୍ରାହ୍ମଣ ସମାଜକୁ ଉପେକ୍ଷିତ କରି କେବେ ପାଦେ ଆଗକୁ ଯାଇପାରିବ ନାହିଁ ।
ବିବାଦୀୟ ମନ୍ତବ୍ୟ ପାଇଁ ନେତାଙ୍କ ମନ୍ତ୍ରୀପଦ କାଢି ନିଆଗଲା । ଦଳୀୟ ପଦପଦବୀକୁ ବିଦା କରାଗଲା । ଏହା ବିକୃତ ମାନସିକତାକୁ ବଦଳାଇବାର ଉପଯୁକ୍ତ ପନ୍ଥା ନୁହେଁ । ରାଜନୈ÷ତିକ ଖେଳରେ ଭବିଷ୍ୟତରେ ଅନେକ ନେତା, ମନ୍ତ୍ରୀ ସରକାରଙ୍କର ପଦପଦବୀକୁ ଆସିପାରନ୍ତି । ତେବେ ବ୍ରାହ୍ମଣମାନଙ୍କର ବୃତି, ଜୀବିକା ତଥା ଜୀବନ ଆଦର୍ଶକୁ ନେଇ କେହି କଟାକ୍ଷ ନ କରୁ କି କେହି ବିଦ୍ରୁପ କି ତାତ୍ସଲ୍ୟ ନ କରୁ । ବ୍ରାହ୍ଣଣମାନଙ୍କର ସର୍ବଶ୍ରେଷ୍ଠ ଶାସ୍ତ୍ର ପଦ – ଭବତଂ ଭିକ୍ଷାଂ ଦେହିରେ କଳଙ୍କ ନ ଲାଗୁ ।
ନନ୍ଦିଗ୍ରାମ
ନାଉଗାଁ ହାଟ,
ଜଗତସିଂହପୁର ।
ମୋ-୯୦୪୦୦୨୮୬୦୪

Leave a Reply

Your email address will not be published. Required fields are marked *