ବଣେଇ:ସାରର କୄତିମ ଅଭାବ ଯୋଗୁଁ ଚାଷୀଙ୍କ ବିକ୍ଷୋଭ

ବଣେଇ,(ହଲଚଲ୍ ନ୍ୟୁଜ୍)-ସଂପ୍ରତି ସାରର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇ ପଡିଥିବା ବେଳେ  ସୁନ୍ଦରଗଡ଼ ଜିଲ୍ଲାରେ ସାର ର ଘୋର ଅଭାବ ପରିଲକ୍ଷିତ ହୋଇଛି। ବିଶେଷ ଭାବେ ବଣେଇ ଉପଖଣ୍ଡରେ ଅବସ୍ଥା ଦୟନୀୟ।ଅଧିିକାଂଶ ଲ୍ୟାମ୍ପସ୍ ରେ ସାର ମହଜୁଦ ନ ଥିବା ବେଳେ ଏବେ ଚାଷ ପାଇଁ ଚାଷୀକୁ ସାରର ଜରୁରୀ ଆବଶ୍ୟକତା ରହିଛି। ଏବେ ଯଦି ଧାନ ଫସଲରେ ସାର ପ୍ରୟୋଗ କରା ନ ଯାଏ, ତା’ ହେଲେ ଧାନ ଉତ୍ପାଦନ ହ୍ରାସ ପାଇବା ସହ ଚାଷୀ ଘୋର କ୍ଷତି ସହିବ। ଜିଲ୍ଲାର ବଣେଇ ଅଞ୍ଚଳରେ ସାରର କୄତିମ ଅଭାବ ସୄଷ୍ଟି କରାଯାଇ ଲ୍ୟାମ୍ପସ୍ ଗୁଡିକ ଚାଷୀଙ୍କୁ ଶୋଷଣ ଉଦ୍ୟମ କରୁଥିବାର ଅଭିଯୋଗ ହୋଇଛି। ଆଜି ଖୁଣ୍ଟଗାଁ ଲ୍ୟାମ୍ପସ୍ ରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚାଷୀଙ୍କୁ ସାର ଯୋଗାଇ ଦେଉ ନ ଥିବାରୁ  ଏହାରପ୍ରତିବାଦରେ ବାହାଡାପୋଷ-ଲହୁଣୀପଡା ରାସ୍ତା କୁ ଅବରୋଧ କରି ରଖିଥିଲେ।