ଭୋଦୁଅଁ ଆସିଲା***ମାଧବୀ ପଟେଲ। 

ଭୋଦୁଅଁ ଆସିଲା ଭୋଦୁଅଁ ଆସିଲା

ଆକାଶ ହସିଲା ହସିଲା ଧରଣୀ ରାଣୀ।

କେଦାରେ କେଦାରେ ଲହରାଏ ଧାନ

ସବୁଜ ପଣତ ଟାଣି।

କାଶତଣ୍ଡୀ ଧଳା ଚାମର ପ୍ରଶାରୀ

ସ୍ବାଗତିକା ଦେଲା ଗାଇ।

ଆସିବେ ଗଣେଶ କୃଷ୍ଣ ବିଶ୍ବକର୍ମା

ଦୁର୍ଗାଙ୍କୁ ସାଙ୍ଗରେ ନେଇ।

ହେବ ହରସିତ ଏ ସାରା ଜଗତ

ପୂଜିବ ହରସ ଭରେ।

କଳୁଷ ବାଦଲ ହଟିଯିବ ହୃଦୁ

ସ୍ରବିବ ଭକ୍ତି ରସରେ।

ଅଜସ୍ର ଭରଷା ଆଶା ଆଶ୍ବାସନା

ହୃଦୟେ ହୋଇବ ଜାତ।

ମଙ୍ଗଳର ଗାନ ଆରତୀର ସ୍ବନ

ଗାଇବ ସାରା ଜଗତ।

ମାଧବୀ ପଟେଲ।