ପ୍ରେମିକ,,,**ଶ୍ରୀରେଖା ମହାପାତ୍ର

ପ୍ରେମିକ ସେ ଯେ ଭାରି ଅମାନିଆ
ସୂର୍ଯ୍ୟ ଠୁଁ ଲାଗେ ତେଜ ପ୍ରଖର
ଦେଖିଲେ ମାଡେ ଛାନିଆ।
ଯେତେ ବୁଝାଇଲେ ବୁଝେନା
ସଦା ହେଉଥାଏ ଅଝଟିଆ
ମନରେ ନ ଥାଏ କୌଣସି ଆଶା।
ବାଙ୍କ ଚାହାଣୀକୁ ମୁରୁକି ହସ
ମନ ଲୋଭାଇ କରେ କଲବଲିଆ।
ସତେ କି କିଏ କରିଛି କିମିଆ
ଯେତେ ଓର ଉଣ୍ଡିଲେ ବି
ହୃଦୟକୁ ତା ବୁଝିହୁଏନା।
ମୁଣ୍ଡରେ ପଶିଛି କି ଭୂତ କେଜାଣି
ସବୁ ଜାଣି ହୁଏ ଅଜଣା
ଭଲ ପାଇବାର କଣ
ଏହି ଯାତନା।
ମନକୁ ବୁଝାଇ ଚାଲିଛି
ହେଉଥାଉ ବାଇୟା।
ଚାଲିଗଲେ ଦୂର ଆକାଶେ
ଚାହିଁ ରହିଥିବ ଜଳକା।
ଗଣୁଥିବ,ରାତି ତମାମ୍
ଉଜ୍ଜ୍ବଳ ତାରକା।
      ଶ୍ରୀରେଖା ମହାପାତ୍ର

Leave a Reply

Your email address will not be published. Required fields are marked *