ସୁନ୍ଦରଗଡ଼ ପୁଲିସର ବଡ ସଫଳତା:ଡକାୟତ ଗ୍ୟାଙ୍ଗ ଗିରଫ

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ୍) ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରୀ ଡକାୟତି କରୁଥିବା ଏକ ୧୩ ଜଣିଅା ଗ୍ୟାଙ୍ଗକୁ  ସୁନ୍ଦରଗଡ଼ ପୁଲିସ୍‌  ଆଜି ଗିରଫ କରିବାରେ ସଫଳ ହୋଇଛି। ବିଭିନ୍ନ ସ୍ଥାନକୁ ଚଢ଼ଉ କରି ଏହି ଗ୍ୟାଙ୍ଗର ୨ଟି ବନ୍ଧୁକ, ୬ ଗୁଳି, ୨ଟି ମ୍ୟାଗ୍‌ଜିମ୍‌, ଭୁଜାଲୀ, ଖଣ୍ଡା, ୩ଟି ବାଇକ୍‌, ମୋବାଇଲ୍‌ ଫୋନ୍‌ ଓ ଟ୍ୟାବ୍‌ଲେଟ୍‌ ଆଦି ଜବତ କରିଛି। ଏହି ଡକାୟତମାନେ ସୁନ୍ଦରଗଡ଼ ଜିଲ୍ଲାର ଧରୁଆଡିହି, କିଙ୍ଜିରକେଲା, ଭଷ୍ମା ଓ ଝାରସୁଗୁଡ଼ାର ଲଇକେରା ଆଦି ଥାନା ଇଲାକାରେ ଡକାୟତି କରିଥିବା ଜଣାପଡ଼ିଛି। ଗିରଫ ଡକାୟତମାନେ ହେଲେ ସମୀର ନାୟକ, ରବି ମିରି, ପ୍ରକାଶ ଜୟପୁରିଆ, ରାମ ରୋହିଦାସ, ଶୁଭମ୍‌ ନାଗ, ସୁବ୍ରତ ଶେଖର ଦେଓ, ବେଣୁଧର ନାଥ ଓ ଚନ୍ଦନ ବର୍ମା ।ଡକାୟତ ମାନେ ଗତ କାଲି ସୁନ୍ଦରଗଡ଼ ଥାନା ଅଞ୍ଚଳରେ ଡକାୟତି ଉଦ୍ୟମ କରିଥିଲେ। ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଜରିଆରେ ଏହି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ ହୋଇଥିଲା। ଏମାନଙ୍କ ନାମରେ ଅାଗରୁ ଏକାଧିକ ଅପରାଧୀକ ମାମଲା ରହିଥିବା ଜାଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *