**ଜୀବନ ଯାତ୍ରା** -ସ୍ନିଗ୍ଧା ନାୟକ

**ଜୀବନ ଯାତ୍ରା**
ଅନ୍ୟଦିନ ପରି  ଆଜି ବି କୁନା ଘରୁ ସହଳ  ବାହାରି, ସିିିିଧା
ସଳଖ ଯାଇ  ପହଂଚିଲା  ରେଲୱ  ଷ୍ଟେସନ ପାଖରେ  ଥିବା ମଗାଜ଼ିନ ପୋଇଣ୍ଟ ରେ, ବ୍ୟାଗ ଟି କୁ ଥୋଇ ମେଞ୍ଚେ ଖବରକାଗଜ ମୁଣ୍ଡରେ ମୁଣ୍ଡାଇ ତରତର ହୋଇ  ଅଗ୍ରସର ହେଲା ଷ୍ଟେସନ ଭିତରକୁ….।
ଟ୍ରେନ ଛାଡ଼ିବା ସମୟ ହୋଇଗଲାଣି, ପ୍ରଵେଶ କଲା ନିତିଦିନ ପରି ସେଇ ଟ୍ରେନରେ । ପ୍ରତିଟି ବଗିକୁ  ଯାଇ ଖବରକାଗଜ  ବିକିବାକୁ ଲାଗିିଲା ।
“ସାହେବ ସମ୍ବାଦ ପତ୍ର ନିଅନ୍ତୁ..,  ମେଦମ  ପେପର…, ମୂଲ୍ୟ ମାତ୍ର ଦୁୁଇ ଟଙ୍କା”  କେହି କେହି ଭଦ୍ରବ୍ୟକ୍ତି   ତା’ଠୁ ଖବରକାଗଜ କିଣୁ ଥାନ୍ତି । ସେ ଖୁସିରେ  ପାଉଥିବା ପଇସା କୁ ପକେଟ ରେ ରଖି ମାଡି ଯାଏ ଆଗକୁ ।
ଏ ହେଲା ତାର  ନିତିଦିନ ର ବ୍ୟବସାୟ ।ପ୍ରତିଦିନ ସ୍କୁଲ ଯିବାର  ଚାରି ଘଣ୍ଟ।ପୁର୍ବରୁ କିଛି ନଖାଇ ନପିିିଇ  ଘରୁ ସହଳ ବାହାରିଯାଏ, ଖବରକାଗଜ ବିକ୍ରୀ କରି କିଛି ଅର୍ଥ ଉପାର୍ଜନ। ଆଶାରେ  ।ପିଲାଟି ଦିନରୁ ବାପ ଛେଉଣ୍ଡ ଘରେ ବିଧବା ମା’ ,ବୁଢ଼ୀ ଜେଜେମା ଓ ଦି’ଭଉଣୀ । ବୟସ ବି ବେଶୀ ନୁହେଁ  ମାତ୍ର ଦଶ ବର୍ଷ । ମା’ଲୋକଙ୍କ ଘରେ  ଅଇଠା  ବାସନ ମାଜି ଯୋଉ ଦି ପଇସା ପାଏ ସେଥିରେ ଘର ଚଳାଏ । ମା’କୁ ସାହାଯ୍ୟ କରିବାକୁ ଯାଇ ପାଠ ପଢା ସାଙ୍ଗରେ ଆରମ୍ଭ କଲା ଏହି ଖବରକାଗଜ ବିକ୍ରି କରିବା ବ୍ୟବସାୟଟିକୁ । ଦିନକୁ  ପନ୍ଦର -କୋଡିଏ ଟଙ୍କା ମିଳି ଗଲେ ବି ବହୁୁତ୍ । ସେଇ ପଇସ। ରୁ ନେଇ ଆସେ କେେବେ ଗୋଟିଏ ପାକିଟ  ପାଉଁରୁଟି   ତ କେବେ  ,ଗୋଟିଏ ପାକିଟ କ୍ଷୀର ତ କେବେ
କିଛି ପରିବା । ଗତ କେତେ ଦିନ ହେଲାଣି ଜେଜେମା ଖଟରୁ ଉଠୁନି ମା ର ସବୁ ପଇସା ଔଷଧ ରେ ଖର୍ଚ୍ଚ ହାଇଯାଉଛି । ତା ପଇସା ରୁ  କ୍ଷୀର, ପାଉଁରୁଟି ନ ନେଲେ ,ସମସ୍ତେ ଉପାସେ ଶୋଇବେ ।
ଆଜି ବି ଖବରକାଗଜ ବିକ୍ରୀ କରିବାରେ ଥାଏ ବ୍ୟସ୍ତ  ।ହଠାତ ଜଣେ ଭଦ୍ରଲୋକ  ଆସି ତା ହାତରୁ ଖବରକାଗଜ ଟି ଟାଣିନେଇ ବସି ପଡିଲେ ସିଟ ଉପରେ, ଗୋଟିଏ ପରେ ଗୋଟିଏ  ପୃଷ୍ଠା ଓଲଟାଇ ବ୍ୟସ୍ତ ରହିଲେ ଖବର ଗୁଡିକରେ । କୁନା କହୁଥାଏ, ” ବାବୁପଇସା”  ବାବୁ  ମାତ୍ର ଅଢେ଼ଇ ଟଙ୍କା, ଷ୍ଟେସନ ପହଂଚିଗଲାଣି ବ।ବୁ, ବାବୁ ପଇସା……।ଟ୍ରେନ ର ଗତି ମନ୍ଥର ହେବାକୁ  ଲାଗିଲା । ପାଖା ପାଖି  ଗୋଟିଏ ଘଣ୍ଟା ହେଲାଣି ଟଙ୍କା ପାଇଁ ସେମିତି ଛିଡା ହୋଇଛି ଟ୍ରେନ ଆସି  ଷ୍ଟେସନ ରେ ପହଁଚିଲା ।  ଭଦ୍ର  ଵ୍ୟକ୍ତି  ରାଗରେ ଥମ
ଥମ ହୋଇ ଛିଡ। ହୋଇ ଗଲେ, ଖଵରକାଗଜ ଟି କୁ  ଫୋଲଡ୍ କରି ଧରାଇ ଦେଲେ କୁନା ହାତରେ, କହିଲେ ‘ମରୁଛୁ  କାହିଁକି ନେ ତୋ  ପେପର  କହି ଓହ୍ଲାଇ ଗଲେ ଟ୍ରେନ୍ର ରୁ । ଆଜି ବାବୁଙ୍କ ଠୁ ପଇସା ଆଶାରେ ଅଟକିଯାଇଥିବାରୁ  ବେଶି ଖବରକାଗଜ ବିକିନାହିଁ। ଏହି ଷ୍ଟେସନ ରୁ ଓଲ୍ହା ଇ  ନିଜ  ଷ୍ଟେସନ କୁ ଫେରି ସ୍କୁଲ
ଯିବାର ଅଛି। ବାବୁଙ୍କ ପଛେ ପଛେ ସେବି ଓଲ୍ହାଇ ଗଲା ।  ଷ୍ଟେସନରେ ତା’ରି ବୟସର ଅନେକ  ପିଲା ଭିକ ମ।ଗୁଥିଲେ, ଆଉ ବାବୁମାନେ ବି ସେମାନଙ୍କ   ହାତକୁ କିଏ  ପାଞ୍ଚ ଟଙ୍କା ତ କିିଏ ଦଶଟଙ୍କା ବଢ଼େଦେଉଥିଲେ । କୁନା ମନେ ମନେ ଭାବୁଥାଏ ସତରେ ଏ ଦୁନିଆଁ ରେ  କଣ ଭିକ ମାଗିବାର ମୂଲ୍ୟ ଅଛି ହେଲେ, ପରିଶ୍ରମ ର କୌଣସି ମୁଲ୍ୟନାହିଁ ।
ଅନ୍ୟ ଏକ ଟ୍ରେନ ରେ ଚଢି କୁନା ଅଗ୍ରସର ହେଲା ନିଜ ଷ୍ଟେସନ ଆଡକୁ ।ମନେ ମନେ କହୁଥାଏ, ବାବୁ ତମର ଯାତ୍ରା ତା ଏଇଠି ଶେଷ ହେଲା, ହେଲେ ମୋ ଜୀବନ ର ଯାତ୍ରା ତ ଆରମ୍ଭ ହୋଇଛି….., ତା’ ପୁଣି  ଢ଼େର ଲମ୍ବା ରାସ୍ତା । ଆଜି ରୋଗିଣ।ଜେଜେମା ପାଇଁ  କିଛି  ଫଳ  ନେଇ କି ଯିବାର ଥିଲା । ସାନ ଭଉଣୀ କୁ କଥା ଦେଇଥିଲି ତା ପାଇଁ ଗୋଟିଏ ଚକୋଲଟ ନେବି ବୋଲି । ଏମିତି ଭାବି ଭାବି  ଗୋଟିଏ ପରେ ଗୋଟିଏ ବଗି ରେ ପଶି  ଡାକଛ।ଡିଲା  …ପେପର…ପେପର….ଓ  ବାହାରିିଗଲା
ଆଉ ଗୋଟେ ନୂଆ ଯାତ୍ରା ଅଭିମୁଖେ……..
ସ୍ନିଗ୍ଧା ନାୟକ
କୋଟା

Leave a Reply

Your email address will not be published. Required fields are marked *