ମାନସିକ ବିକୃତି ମହିଳାଙ୍କୁ ଉଦ୍ଧାର କଲା ସ୍ୱାସ୍ଥ୍ୟ ବିଭାଗ

ଖପ୍ରାଖୋଲ,(ହଲଚଲ୍ ନ୍ୟୁଜ୍)-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ପାଲିପଡାରେ ମହିମା ଧରୁଆ ନାମ୍ନୀ ଏକ ମାନସିକ ବିକୃତି ମହିଳାଙ୍କୁ ଆର୍ଥକ ଅଭାବ ହେତୁ ଚିକିତ୍ସା କରିନପାରି ଗୋଡରେ ଲୁହା ବେଡି ବାନ୍ଧି ରାଖା ଯାଇଥଲା । ବିଭିନ୍ନ ଖବର କାଗଜରେ ପ୍ରକାଶିତ ପରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜ୍ଞାନେନ୍ଦ୍ର ମିଶ୍ର ତୁରନ୍ତ ସଂପୃକ୍ତ ମହିଳାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବଲାଙ୍ଗିର ପଠାଇବାକୁ ଖପ୍ରାଖୋଲ ଏମଓ ଇନଚାର୍ଜଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଖପ୍ରାଖୋଲ ଏମଓ ଇନଚାର୍ଜ ସାନଗୁର୍ଜିଭଟା ସବସେଣ୍ଟର ମହିଳା ସ୍ୱାସ୍ଥ୍ୟ କର୍ମି ଲତା ଭୁଏଙ୍କ ଜରିଆରେ ସଂପୃକ୍ତ ମାନସିକ ବିକୃତି ମହିଳାଙ୍କୁ ଉଦ୍ଧାର କରି ତାଙ୍କର ଉଚ୍ଚତର ଚିକିତ୍ସା ପାଇଁ ବଲାଙ୍ଗିର ପଠାଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏକ ଗାଡି ବଲାଙ୍ଗିରରୁ ସାନଗୁର୍ଜିଭଟା ପାଲିପଡାକୁ ପଠାଇ ମହିଳାଙ୍କୁ ବଲାଙ୍ଗିର ନିଆଯାଇଛି । ମହିଳାଙ୍କ ସାଙ୍ଗରେ ତାଙ୍କ ସ୍ୱାମୀ ଲବ ଧରୁଆ ଏବଂ ପଡାର ଭଦ୍ରବ୍ୟକ୍ତି ବିଦେଶି ଛତ୍ରୀଆ ଯାଇଛନ୍ତି । ଏନେଇ ଖପ୍ରାଖୋଲ ସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରହଲ୍ଲାଦ ମେହେରଙ୍କୁ ଯୋଗାଯୋଗ କରିବାରୁ ଆମେ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗିର ପଠାଇଛୁ । ତାଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ପରିକ୍ଷା ପରେ ଯାହା ଚିକିତ୍ସା ଆବଶ୍ୟକ କରାଯିବ । ସେହିପରି ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାନନ ଖମାରୀଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ସ୍ୱାସ୍ଥ୍ୟ ବିଭାଗ ଉଦ୍ଧାରକରି ନେଇଛି ମାନେ ସମସ୍ତ ଚିକିତ୍ସା ନିହାତି ରୂପେ ଯୋଗାଇ ଦେବେ । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇନପାରିବାରୁ ପ୍ରତିକ୍ରିୟା ନିଆଯାଇ ପାରିନାହିଁ ।

Leave a Reply

Your email address will not be published. Required fields are marked *