ଲିଙ୍ଗେଶ୍ବର**ମାଧବୀ ପଟେଲ

 ଜ୍ୟୋତିର୍ମୟ ଜ୍ୟୋତିରୂପ ଲିଙ୍ଗର ଆକାର।

ସ୍ବର୍ଗରୁ ପାତାଳ ବ୍ୟାପ୍ତ ତୁମେ ଲିଙ୍ଗେଶ୍ବର।

ବ୍ରହ୍ମା ବିଷ୍ଣୁ ପାଇଲେନି କଳନା ଯାହାର

ସେ ରୂପକୁ କି ବର୍ଣିବି ନାହିଁ ସେ ଅକ୍ଷର।

ଅପୂଜ୍ୟ ବ୍ରହ୍ମା ଓ କେତକୀ

ଶାପରେ ଯାହାର ଶିବରାତ୍ରୀ

ଏକ ଦିନ ପାଏ ସେ ଆଦର।

ମୃତ୍ୟୁଞ୍ଜୟ ପରିବ୍ୟାପ୍ତ ଅନନ୍ତ ଆକାର।

ସତ୍ୟଶିବ ସୁନ୍ଦରର ନାହିଁ ପଟାନ୍ତର।

ତ୍ରି ଲୋକରେ ଯାର ନାମ ଅଜର ଅମର

ଦେବତା ଅସୁର ନର ସଭିଙ୍କ ଠାକୁର।

ଶକ୍ତି ରୂପା ପାର୍ବତୀଙ୍କ ଯେ ପ୍ରାଣ

Leave a Reply

Your email address will not be published. Required fields are marked *