ହେମଗିର ବ୍ଲକରେ ବଢୁଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା

ହେମଗିର,(ହଲଚଲ୍ ନ୍ୟୁଜ୍/ଅଜିିିିିିଜ୍ ଖାନ):ହେମଗିର ବ୍ଳକରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ଯୁବକ ଜଣକ ଟିକଲିପଡାର ଜୈନିକ ୩୭ ବର୍ଷୀୟ ଯୁବକ ଅଟନ୍ତି। ସେ ପୂର୍ବ ଆକ୍ରାନ୍ତ ଟିକଲିପଡା ମହିଳା ପଜିଟିଭ ଙ୍କ ସ୍ବଶ୍ପର୍ଶ ରେ ଆସିଥିବା ଜଣାପଡିଛି। ଆଜି ଯୁବକ ଜଣକ ପଜିଟିଭ ଚିହ୍ନଟ ପରେ ଘରେ ସଙ୍ଗରୋଧରେ ଥିବା ଏହି ଯୁବକ ଙ୍କୁ ଆମ୍ବୁଲାନ୍ସ ରେ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ଚିହ୍ନଟ ଗୋପାଳପୁର ର ପଜିଟିଭ ଯୁବକ ଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ତାଙ୍କ ସ୍ବଶ୍ପର୍ଶ ଆସିଥିବା ୮୦ ଜଣଙ୍କୁ ଚିହ୍ନଟ କରାଯାଇଛି। ପୂର୍ବ ୧୩।ଓ ପଜିଟିଭ ଚିହ୍ନଟ ଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ରେ ମୋଟ ୧୯୭ ଜଣଙ୍କୁ ଚିହ୍ନଟ କରାଯାଇ ଶୁକ୍ରବାର ୫୭ ଜଣଙ୍କ ସ୍ବାବ ନମୂନା ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯାଇଥିଲା। ବଳକା ୧୪୧ ଓ ଆଜି ଚିହ୍ନଟ ଗୋପାଳପୁର ଯୁବକ ପଜିଟିଭ ଘଟଣାରେ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଥିବା ୮୦ ଜଣ,ଏପରି ମୋଟ ୨୨୧ ଜଣଙ୍କ ସୋମବାର ଦିନ ସ୍ବାବ ନମୂନା ସଂଗ୍ରହ କରାଯିବାନେଇ ସୂଚନା ରହିଛି। ଅପରପକ୍ଷରେ ଗତକାଲି ଚିହ୍ନଟ ଗୋପାଳପୁର ପଜିଟିଭ ଯୁବକ ଆମ୍ବୁଲାନ୍ସ ରେ କୋଭିଡ ଡାକ୍ତରଖାନା ନିଆଯିବାର କେଇ ଘଣ୍ଟା ପୂର୍ବରୁ ସେ ବିଲେଇମୁଣ୍ଡା-ଲୂଆବାହାଲ ଛକ ଆଡେ ବୁଲାବୁଲି କରିଥିବା ଜଣାପଡିବା ପରେ ଉକ୍ତ ଅଂଚଳର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି।ଶଙ୍କାଗ୍ରସ୍ଥ ଛକ ଅଂଚଳବାସୀ ଆଜି ଠାରୁ ସ୍ବ ଇଚ୍ଛା ରେ ସମସ୍ତ ଦୋକାନ ବଜାର ବନ୍ଦ କରି ୭୨ ଘଣ୍ଟା ସଟଡାଉନ ପାଳନ କରୁଛନ୍ତି ।ବିଲେଇମୁଣ୍ଡା-ଲୂଆବାହାଲ ଛକରେ ଗୋପାଳପୁର ପଜିଟିଭ ଯୁବକ ସ୍ବସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇ ସ୍ବାବ ନମୂନା ପରିକ୍ଷା କରାଯିବାକୁ ଦୃଢ଼ ଦାବି ହେଉଛି।ଏନେଇ ବିଡ଼ିଓ ଜଗଦୀଶ ମହାନନ୍ଦ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଗୋପାଳପୁର ପଜିଟିଭ ସେଠାରେ ବୁଲାବୁଲି କରିଥିବା ରୁ  ସ୍ବସ୍ପର୍ଶରେ ଆସିଥିବା ବ୍ୟକ୍ତି ଙ୍କ ସ୍ବାବ ନମୂନା ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯିବାନେଇ ସୂଚନା ଦେଇଛନ୍ତି।