ହେମଗିରି:ଡୁଲଙ୍ଗା ଏନଟିପିସି ସଂଗରୋଧ ଶିବିରରେ ପ୍ରବାସୀ ଶ୍ରମିକ ର ମୃତ୍ୟୁ

ହେମଗିର,(ହଲଚଲ୍ ନ୍ୟୁଜ୍/ଅଜିଜ୍ ଖାନ୍):ହେମଗିର ବ୍ଲକ ଅନ୍ତର୍ଗତ ଏନଟିପିସି ଡୁଲିଙ୍ଗା ଖଣି ସଙ୍ଗରୋଧ ଶ୍ରମିକ ଶିବିର କେନ୍ଦ୍ର ରେ ଜୈନିକ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ପ୍ରବାସୀ ଶ୍ରମିକ ଜଣକ ଝାରଖଣ୍ଡ ବୋକାରୋ ଅଂଚଳର ଇନ୍ଦ୍ରଜିତ କୁମାର (୨୦) ବୋଲି ଜଣାପଡିଛି । ଆଜି ସକାଳେ ଇନ୍ଦ୍ରଜିତ ର ଦେହ ଅସୁସ୍ଥ ହେବା ସହ ବାନ୍ତି କରିବାରୁ ତାକୁ ତୁରନ୍ତ ସୁନ୍ଦରଗଡ ଜିଲ୍ଲା ଡାକ୍ତରଖାନାକୁ ନିଆ ଯାଇଥିଲା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ଇନ୍ଦ୍ରଜିତ ଗତ ଜୁନ ୨୪ ତାରିଖରେ ଝାରଖଣ୍ଡ ରୁ ଅନ୍ୟ ୩୦ ଶ୍ରମିକଙ୍କ ସହ ଡୁଲିଙ୍ଗା ଖଣି ରେ କାମ କରିବାକୁ ଆସିଥିଲେ । ଆସିବା ଦିନରୁ ସମସ୍ତ ଶ୍ରମିକ ମାନେ ଡୁଲିଙ୍ଗା ଠାରେ ସଙ୍ଗରୋଧ ଶ୍ରମିକ ଶିବିର କେନ୍ଦ୍ର ରେ ସଙ୍ଗରୋଧରେ ଥିଲେ। ମୃତ୍ୟୁ ର ସଠିକ କାରଣ ଜଣାପଡିନଥିବା ବେଳେ ବ୍ୟବଛେଦ ରିପୋର୍ଟ ପରେ ଜଣାପଡିବାନେଇ କୁହାଯାଇଛି। ପୁଲିସ ଶବ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି କରିଛି।ସୂଚନା ଅନୁସାରେ ଜୁନ ୨୪ ତାରିଖରେ ଝାରଖଣ୍ଡ ରୁ ଆସିଥିବା ଏହି ୩୦ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଜୈନିକ ୨୨ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଥିଲେ ।