୫ ବର୍ଷୀୟ ଶିଶୁକୁ ଅସଦାଚରଣ, ଯୁବକ ଗିରଫ

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ୍/ଅଜିଜ ଖାନ୍):ହେମଗିର ଥାନା ଅଂଚଳରେ ଜୈନିକା ୫ ବର୍ଷୀୟ ଶିଶୁକୁ ଅସଦାଚରଣ କରିବା ଅଭିଯୋଗ ରେ ଅଭିଯୁକ୍ତ ଯୁବକ କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଜଣକ ହେମଗିରି ବ୍ଲକ ଅନ୍ତର୍ଗତ ଡୁରୁବଗା ଗ୍ରାମ ର ତୁଷାର ଭୋଇ ୧୮ ବୋଲି ଜଣାପଡିଛି। ପୀଡିତା ଶିଶୁ ର ଅଭିଭାବକ ପକ୍ଷରୁ ଥାନାରେ ପ୍ରଦତ୍ତ ଏତଲା ରେ ଗତକାଲି ଅପରାହ୍ନରେ ପଡୋଶୀ ଘରେ ଏକ ଘରୋଇ ସାମାଜିକ ଉତ୍ସବ ପାଳନ ବେଳେ ପୀଡିତା ଶିଶୁ ପଡୋଶୀ ଘର କୁ ଯାଇଥିଲା। ଅଭିଯୁକ୍ତ ତୁଷାର ଙ୍କ ସଂପର୍କୀୟ ଥିବା ରୁ ସେ ମଧ୍ୟ ଉକ୍ତ ଉତ୍ସବ କୁ ଆସିଥିଲା। ସଂଧ୍ୟାରେ ଅଭିଯୁକ୍ତ ଶିଶୁ ଏକାକୀ ପାଇ କୌଣସିମତେ ଭୁଲାଇ ଘର ନିକଟବର୍ତ୍ତୀ ପତ୍ରା ଜଙ୍ଗଲ କୁ ନେଇ ସେଠାରେ ତାକୁ ଅସଦାଚରଣ କରିଥିଲା।ଶିଶୁ ଟି ସେଠାରୁ କାନ୍ଦି କାନ୍ଦି ଘରକୁ ଆସି ଘଟଣା ବିଷୟରେ ବାପା ବୋଉକୁ କହିଥିଲା। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୁଲିସ ଅଭିଯୁକ୍ତ ତୁଷାର ଭୋଇ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଶିଶୁ ର ସ୍ବାସ୍ଥ୍ୟ ଯାଂଚ କରାଯାଇଛି।