ଝାରସୁଗୁଡା ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ସ୍ପୋର୍ଟସ ହଷ୍ଟେଲ କରିବା ପାଇଁ ପ୍ରସ୍ତାବ

ଝାରସୁଗୁଡା : (ହଲଚଲ ନ୍ୟୁଜ):ଜିଲ୍ଲା କ୍ରୀଡା ସଂଘ ତରଫରୁ ଏକ ପ୍ରତନିଧି ଦଳ  ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଭେଟି ଝାରସୁଗୁଡାରେ  ଏକ ସ୍ପୋର୍ଟସ ହୋଷ୍ଟେଲ ସ୍ଥାପନା ପାଇଁ ଆଲୋଚନା ପରେ ଏକ ଜ୍ଞାପନ ମାଧ୍ୟମରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗକୁ ପ୍ରସ୍ତାବ ପଠାଇବା ପାଇଁ ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି, ଗତକାଲି ପ୍ରତିନିଧି ମାନେ ରାଜସ୍ୱ ଉନ୍ନୟନ ଆୟୁକ୍ତ (କମିଶନର) ନିରଞ୍ଜନ ସାହୁଙ୍କୁ ଭେଟି ଝାରସୁଗୁଡାରେ କ୍ରୀଡା ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଶ୍ରୀଯୁକ୍ତ ସାହୁ ଆଗାମୀ ଦିନରେ କ୍ରୀଡା ଭିତ୍ତିଭୂମିର ବିକାଶକୁ ଆଖି ଆଗରେ ରଖି ଏକ ସ୍ପୋର୍ଟସ ହୋଷ୍ଟେଳ ସ୍ଥାପନା ପାଇଁ ଆଲୋଚନା କରିଥିଲେ ।  ତଦ୍ ଅନୁଯାଇ ଜିଲ୍ଲା କ୍ରୀଡା ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଭେଟି ସବିଶେଷ ଆଲୋଚନା କରିଛନ୍ତି । ଏହି ଅବସରରେ ତାଙ୍କୁ ସୂଚିତ କରାଯାଇଛି ଯେ, ଝାରସୁଗୁଡା ଜିଲ୍ଲାରୁ ବହୁ ସଂଖ୍ୟାରେ ଖେଳାଳି ଜିଲ୍ଲା, ରାଜ୍ୟ ତଥା ଦେଶ ତରଫରୁ (ଫୁଟବଲ, ଦୌଡକୁଦ, କବାଡି, କ୍ରିକେଟ) ଇତ୍ୟାଦି ଖେଳରେ ପ୍ରତିନିଧିତ୍ଵ କରିବାପାଇଁ ସୁଯୋଗ ପାଇଛନ୍ତି ଏବଂ ଜିଲ୍ଲାର ସୁନାମକୁ ବଢ଼େଇଛନ୍ତି । ଆଜିର ଦିନରେ ପ୍ରାୟ ତିରିଶରୁ ଉର୍ଦ୍ଧ୍ବ ଖେଳାଳି ରାଜ୍ୟର ବିଭିନ୍ନ ସ୍ପୋର୍ଟସ ହୋଷ୍ଟେଳରେ ରହି ଖେଳ ସହିତ ପାଠ ପଢୁଛନ୍ତି । ଝାରସୁଗୁଡାରେ ଭିତ୍ତିଭୂମି ଏବଂ ସ୍ପୋର୍ଟସ ହୋଷ୍ଟେଳ ପାଇଁ ଜମିର ଅଭାବ ହେବ ନାହିଁ ଏବଂ ଝାରସୁଗୁଡା ଯେହେତୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା, ପାଣ୍ଠି ପାଇଁ ମଧ୍ୟ ଅସୁବିଧା ହେବା କଥା ନୁହେଁ, ତେଣୁ ଏକ ସ୍ପୋର୍ଟସ ହୋଷ୍ଟେଳ ସ୍ଥାପନା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠେଇବା ପାଇଁ ସମସ୍ତ ସଦସ୍ୟ ମନେ ଅନୁରୋଧ କରିଛନ୍ତି । ଏ ଦିଗରେ  ଜିଲ୍ଲାପାଳ ଉଚିତ୍ ପଦକ୍ଷେପ ନେବାକୁ ଆଶ୍ବାସନା ପ୍ରଦାନ କରିଥିବାର ସୂଚନା ମିଳିଛି । ଉକ୍ତ ପ୍ରସ୍ତାବକୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ କ୍ରୀଡାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ବ୍ରଜରାଜନଗର ବିଧାୟକ, ବରଗଡ଼ ସାଂସଦ, ରାଜସ୍ୱ ଉନ୍ନୟନ କମିଶନର, ଉତ୍ତରାଞ୍ଚଳ ମାନଙ୍କୁ ଜ୍ଞାପନ ମାଧ୍ୟମରେ ଆବେଦନ କରିବେ ବୋଲି ସ୍ଥିର ହୋଇଛି । ପ୍ରତିନିଧି ମଣ୍ଡଳୀରେ ତାପସ ରାଏ ଚୌଧୁରୀ, ଜୀବନ ମହାନ୍ତି, ବିଜୟ ବେହେରା, ଗଣେଶ ନାୟକ, ଜଗବନ୍ଧୁ ବେହେରା ,ପ୍ରଜ୍ବଳ ପଟେଲ ପ୍ରମୁଖ ସାମିଲ ଥିଲେ ।