ଡାକ୍ତରଖାନାରେ ଡକାୟତି,ପ୍ରସୂତି ମହିଳା ଙ୍କ ସମ୍ପର୍କୀୟ ଙ୍କ ନିକଟ ରୁ ଲୁଟିଲେ ଟଙ୍କା।

ବଲାଙ୍ଗୀର,(ହଲଚଲ୍ ନ୍ୟୁଜ୍/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସବ ଡିଭିଜନ ଅଧିନସ୍ଥ  ନିମୁର୍ଲା ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ଠାରୁ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଜିଲ୍ଲା ଉପଖଣ୍ଡ ମୁଖ୍ୟଚିକିତ୍ସାଳୟ   ଟିଟିଲାଗଡ଼ ଭାସ୍କର ବଗର୍ତ୍ତି ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଜଣେ  ଗର୍ଭବତୀ ମହିଳା ତେଜ ବଗର୍ତ୍ତି (୩୫)ଙ୍କୁ ଗତ ତିନି ଦିନ ହେବ ଆଣି ବେଡ଼ ନଂ୬୬ ରେ  ଭର୍ତ୍ତି କରିଥିଲେ। ସେ ଭୋର ସକାଳ ପ୍ରାୟ ୪ ଘଣ୍ଟା ସମୟରେ ଡାକ୍ତରଖାନା ର ପ୍ରଥମ ଗେଟ ନିକଟରେ ଥିଲେ । ଉକ୍ତ ସମୟରେ ହଠାତ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ ରେ ଆସି ତାଙ୍କୁ ଏକ ଛୁରୀ ଦେଖାଇବା ସହ ମାଡ ମାରି ସେ ଧରିଥିବା ୩ ହଜାର ୫୦୦ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ସେହିପରି ଏହି ଡାକ୍ତରଖାନା ରେ ରୋଗୀ ଓ ତାଙ୍କ ସହ ଥିବା ସମ୍ପର୍କୀୟ ଙ୍କ ନିକଟରୁ ବାରମ୍ବାର ମୋବାଇଲ ଚୋରି ହେବା ତଥା ବିଳମ୍ବିତ ରାତିରେ ଏହିପରି ଲୂଟ ନିତିଦିନିଆ ଘଟଣା ରେ ପରିଣତ ହୋଇ ଯାଇଛି। ଏଣୁ ଆଖ,ପାଖ ଗ୍ରାମାଞ୍ଚଳ ର ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଏ ପ୍ରଶାସନ ତରଫରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।