ସୁନ୍ଦରଗଡ଼ ଏ.ବି.ଭି.ପି  ଛାତ୍ର ସଙ୍ଗଠନ ଦ୍ୱାରା କାରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ୍/ଆଲୋକ ବେହେରା) : ବର୍ତ୍ତମାନ ସମୟରେ ବିଶ୍ଵ ମହାମାରୀ କାରୋନା ବିରୁଦ୍ଧ ରେ ସମଗ୍ର ଦେଶ ଲଢେଇ କରୁଛି । ଏଭଳି ମହାମାରୀ ସମୟରେ ଆମେ ସମସ୍ତେ ଜନସାଧାରଣ ନିଜ ନିଜ ଘରେ ସୁସ୍ଥ ରହୁଥିବା ବେଳେ ଆମେ ସମସ୍ତଙ୍କ ପାଇ ଯୁଦ୍ଧ ରେ ବିଜୟ ଲାଭ କରିବାକୁ ନିସ୍ଵାର୍ଥ ପର ଉଦ୍ଧ ରେ ଅହରହ ପ୍ରଚେଷ୍ଟା ଜାରି ରଖିଥିବା କାରୋନା ଯୋଦ୍ଧା ଙ୍କୁ ବିଶ୍ଵ ର ସର୍ବବୃହତ ଛାତ୍ର  ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ସୁନ୍ଦରଗଡ଼ ଶାଖା ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ପ୍ରଥମ ଦିବସରେ ସୁନ୍ଦରଗଡ଼ ଜିଲ୍ଲାପାଳ,ଅତିରିଜ୍ତ ଜିଲ୍ଲାପାଳ,ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ,ଏନଟିପିସି କୋବିଡ୧୯ ହୋସ୍ପିଟାଲ ର ଡାକ୍ଟର,ନର୍ସ,ଫ!ର୍ମଷ୍ଟିକ,ସୁରକ୍ଷା ବାହିନୀ,ସଫେଇ କର୍ମଚାରୀ,ସୁନ୍ଦରଗଡ଼ ଟାଉନ ଥାନା ର ଥାନା ଅଧିକାରୀ ଓ ଅନ୍ୟନ୍ୟ କର୍ମଚାରୀ ଙ୍କ ସମେତ ପ୍ରାୟ ୭୦ ଜଣ ରୁ ଉଦ୍ଧ କାରୋନା ଯୋଦ୍ଧା ଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମର୍ଦ୍ଧନା କରାଗଲା ଓ ଆଗକୁ ମଧ୍ୟ ଦେଶ ପାଇ ନିସ୍ୱାର୍ଥ ପର ସେବା ଜାରି ରଖିବା ପାଇ ଉତ୍ସାହିତ କରାଯାଇଥିଲା ଏହି ସମ୍ବର୍ଦ୍ଧନା କାର୍ଯ୍ୟକର୍ମ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ସୁନ୍ଦରଗଡ଼ ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଧାରୁଆ,ନଗର ସଭାପତି ଡକ୍ଟର ସଞ୍ଜିବ କୁମାର ନାଏକ,ନଗର ସମ୍ପାଦକ ଶ୍ରୀ ବିଶାଳ ନାଏକ,ନଗର ସହସଂପାଦକ ତନ୍ମୟୀ ନ!ଏକ ,ଜୟନ୍ତୀ କୁଜୁର,ଅଙ୍କିତା ନାଏକ,ବୌଶାଳୀ ପଟେଲ,ସୁମିତ ନାଏକ,ଆଶିଷ ନାଏକ,ଆଶୁତୋଷ ପଟେଲ,ସୁବଂଶୁ ସାମନ୍ତରାୟ,ରିତେଶ ମେହେର,ତୁଳ!ଚନ୍ଦ୍ର ମେହେର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।