ପୌର ପରିଷଦ ଦୁର୍ନୀତି ନେଇ ସାଧାରଣ ଲୋକଙ୍କ ରାସ୍ତାରୋକ

ଟିଟିଲାଗଡ଼,(ସନ୍ତୋଷ ନାୟକ)-ଟିଟିଲାଗଡ଼ ପୌର ପରିଷଦ ରେ ଜାଲ କାଗଜପତ୍ର ରେ କେବଳ କାମ ଦର୍ଶାଇ ବ୍ୟାପକ ଦୁର୍ନୀତି ବିରୋଧରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। କୌଣସି କାର୍ଯ୍ୟ ସମ୍ପାଦନ ନ କରି ବିଲ, ଭ।ଉଚର କରିବା ଯୋଗୁଁ ସାଧାରଣ ଲୋକ ହଟହଟା ହେବା ସାର ହେଉଛି।ଏବେ ବର୍ଷା ଯୋଗୁଁ ମରାମତି ଅବା ପରିଚାଳନା ନ କରି ଓ ଜାଲ କାଗଜପତ୍ର ରେ ଟଙ୍କା ହଡ଼ପ ନେଇ ୧୫ ଟି ୱାର୍ଡ ରେ ଲୋକ ପ୍ରଭାବିତ ହୋଇ ଚାଲିଛନ୍ତି।ବାରମ୍ବାର ଜଳ ବନ୍ଦୀ ହୋଇ ଅନେକ ସାଇ ମାନଙ୍କ ସପରିବାର ଭୋକ ଉପାସ ରେ ରହିବା ସହ ଅନେକ ଘର ଭଙ୍ଗା, ତଥା ଜଳ ନିଷ୍କାସନ ବ୍ୟବସ୍ତା ନ କରିବା ଦ୍ୱାରା ସମସ୍ୟା ବଢି ଚାଲିଛି। ଆଜି ଏ ନେଇ ପାଞ୍ଚ ନଂ ୱାର୍ଡ ବାସୀ ମୁଖ୍ୟ ସଡକ ରେ ରାସ୍ତାରୋକ କରିଥିଲେ।ଫଳରେ ଜନଜୀବନ ଦୀର୍ଘ ସମୟ ଧରି ଠପ ହୋଇଥିଲା। ଏ ନେଇ ତୁରନ୍ତ ବିଭାଗୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ପରିଣାମ ଆଉ ଜଟିଳ ହେବ।

Leave a Reply

Your email address will not be published. Required fields are marked *