କରୋନା ଟୀକା ପ୍ରସ୍ତୁତ କରିଥିବା ନେଇ ଇସ୍ରାଇଲର ଦାବି ।

ଇସ୍ରାଏଲ, (ହଲଚଲ ନ୍ୟୁଜ):କରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱରେ ଟୀକା ଉତ୍ପାଦନ ପାଇଁ ଜୋରଦାର ପ୍ରୟାସ ଚାଲିଛି । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ମଣିଷ ଉପରେ ସବୁଠାରୁ ବଡ ପରୀକ୍ଷା କରୁଛି । ଚାଇନା ଏବଂ ଆମେରିକା କରୋନା ଟୀକା ଉପରେ ବଡ଼ ଧରଣର ପରୀକ୍ଷା କରୁଛନ୍ତି । ଅନେକ ଭାରତୀୟ କମ୍ପାନୀ ମଧ୍ୟ କରୋନା ଟୀକା ତିଆରିରେ ଲାଗିପଡିଛନ୍ତି ।

କରୋନା ଜୀବାଣୁ ବିଶ୍ୱରେ ୨.୫ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩.୬ ମିଲିୟନରୁ ଅଧିକ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି ।
ଏଭଳି ସମୟରେ ଏକ ଭଲ ଖବର ଇସ୍ରାଇଲ ରୁ ମିଳୁଛି । ଇସ୍ରାଇଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦେଶର ପ୍ରତିରକ୍ଷା ବାୟୋଲୋଜିକାଲ ଇନଷ୍ଟିଚ୍ୟୁଟ କରୋନା ଭୁତାଣୁ ସଂକ୍ରମଣର ପ୍ରତିରୋଧ ଲାଗି ଆଣ୍ଟିବଡି ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛି । ଏପରିକି କରୋନା ଭୁତାଣୁକୁ ମୁକାବିଲା କରିବା ଲାଗି ଆବଶ୍ୟକ ଭ୍ୟାକ୍ସିନ୍‌ (ଟିକା) ମଧ୍ୟ ପ୍ରସ୍ତୁତ କରିଛି । ସେ କହିଛନ୍ତି ଯେ କରୋନା ଭୁତାଣୁ ଟିକା ବିକାଶର ପର୍ଯ୍ୟାୟ ବର୍ତ୍ତମାନ ଶେଷ ହୋଇଛି ଏବଂ ଅନୁସନ୍ଧାନକାରୀମାନେ ଏହାର ପେଟେଣ୍ଟ ଏବଂ ଉତ୍ପାଦନ ପାଇଁ ପ୍ରସ୍ତୁତ ହେଉଛନ୍ତି ।