କୋଏଲ ସେତୁ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ବିଜେପି କର୍ମୀଙ୍କ ସାଇକେଲ ଯାତ୍ରା

ରାଉରକେଲା,(ହଲଚଲ୍ ନ୍ୟୁଜ୍)-ଗତ ଦୁଇ ଦିନ ତଳେ ଆମେ ରାଉରକେଳା କୋଏଲ ସେତୁ ନେଇ ଏକ ସମ୍ବାଦ ପ୍ରକାଶ କରି ସାରିଛୁ । ଏହି ସେତୁକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୩ ମସିହାରେ ଶିଳାନ୍ୟାସ କରିଥିଲେ । ତେବେ ଶିଳାନ୍ୟାସର ଆଜକୁ ୫ ବର୍ଷ ସଂପୂର୍ଣ୍ଣ ହୋଇଥିଲେହେଁ ସେତୁ କାର୍ଯ୍ୟ ଆରମ୍ଭ ହୋଇପାରିନି । ସ୍ଥାନୀୟ ବିଧାୟକ ଶ୍ରୀ ଦିଲୀପ ରାୟଙ୍କ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କୋଏଲ ସେତୁ ନିର୍ମାଣର କୌଣସି ଯୋଜନା ନ ଥିବା ମଧ୍ୟ ଉତ୍ତର ଦେଇଥିଲେ । ରାଉରକେଲା ପ୍ରତି ଏହା ଆଉ ଏକ ବଡ଼ ଅବହେଳା । ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ଥାନୀୟ ବିଜେପି ପକ୍ଷରୁ କର୍ମୀମାନେ ସାଇକେଲରେ ଯାତ୍ରା କରିଛନ୍ତି ।

Leave a Reply

Your email address will not be published. Required fields are marked *