ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହା ଓଡିଶା ଗସ୍ତରେ ଆସିବା ନେଇ ଝାରସୁଗୁଡ଼ା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)

ଝାରସୁଗୁଡା ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ ସ୍ଥାନୀୟ ଯୋଗେନ୍ଦ୍ର ରେସିଡେନ୍ସିରେ ସନ୍ଧ୍ୟା ୪ଟା ସମୟରେ ହେଇଥିଲା   ଏହି ସମ୍ମିଳନୀରେ ଆସନ୍ତା ଫେବୃଆରୀ ୨୮ତାରିଖ ଭାରତ ସ୍ବରାଷ୍ଟ୍ର ମନ୍ତ୍ରୀ ମାନ୍ୟବର ଅମିତ ସାହା ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମୈଦାନରେ( ସି ଏ ଏ )ସମ୍ପର୍କରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେଇ ନାଗରିକତା ସଂଶୋଧନ ଆଇନ ଆସିବା ଫଳରେ ଆମ ଦେଶର ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଶରଣାର୍ଥୀ ମାନଙ୍କୁ ସେମାନଙ୍କ ଅଧିକାର ମିଳିବ । ନାଗରିକତା ସଂଶୋଧନ ଆଇନ ୩୧ ଡିସେମ୍ବର ୨୦୧୪  ଧାର୍ମିକ ଉତ୍ପୀଡ଼ନ ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବଙ୍ଗଳାଦେଶର ହିନ୍ଦୁ, ବୌଧ୍ୟ, ଜୈନ, ଇସାଇ ଏବଂ ଫାର୍ସି ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ ।ଏହି ଆଇନ ଦ୍ୱାରା କୌଣସି ଭାରତୀୟ ଲୋକଙ୍କ ନାଗରିକତା କ୍ଷୁଣ୍ଣ ହେବ ନାହିଁ ବୋଲି  ବିଜେପି ଦଳ ପକ୍ଷରୁ କୁହାଯାଇଛି । କିନ୍ତୁ ବିରୋଧୀ ଦଳ କଂଗ୍ରେସ ଓ ଆଞ୍ଚଳିକ କିଛି ଦଳ ଏହାକୁ ନେଇ ହୀନ ରାଜନୀତି କରୁଥିବା ଦ୍ୱାରା ଅନେକ ହିଂସା ଦେଖାଦେବାରେ ଲାଗିଛି । ଆସନ୍ତା ୨୮ ତାରିଖ ଶୁକ୍ରବାର ଭୁବନେଶ୍ୱର ଯିବା ପାଈଁ ଝାରସୁଗୁଡା ବିଜେପି ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ଓ ସାଧାରଣ ଜନତା ପ୍ରସ୍ତୁତ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପିର ଜିଲ୍ଲା ସଭାପତି ମଙ୍ଗଳ ସାହୁ ଏବଂ ବ୍ରଜରାଜନଗର ପୂର୍ବତନ ବିଧାୟିକା ଶ୍ରୀମତି ରାଧାରାଣୀ ପଣ୍ଡା ସୂଚନା ଦେଇଛନ୍ତି ।ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ନରେଶ ନାୟକ, ଭୀମଳେନ୍ଦୁ ଭୋଳ, ପୁରୁଷୋତ୍ତମ ଥିରାଣୀ, ପାରସ ଜୟଶ୍ୱାଳ, ନେତାଜୀ ପଟ୍ଟନାୟକ, ଶ୍ଳୋକ ସରଣା, ରାଧେଶ୍ୟାମ ପ୍ରଧାନ, ରଘୁନନ୍ଦନ ପଣ୍ଡା, ଅତୁଳ ଶିବହରେ, ଉମେଶ ଗୁପ୍ତା, ବୁଧରାମ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।