ସଫେଇ ଟେଣ୍ଡର ମାମଲାକୁ ନେଇ ବଢୁଛି ଅସନ୍ତୋଷ : ଆସନ୍ତାକାଲି ଠାରୁ ସୁନ୍ଦରଗଡ ପୌରପାଳିକା ର ସଫେଇ କାର୍ଯ୍ୟ ସମେତ ସମସ୍ତ କାର୍ଯ୍ୟ ବନ୍ଦ କରାଯିବ।

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ୍)-ଆଜି ସୁନ୍ଦରଗଡ଼ ପୌରପାଳିକା ର ଶହ ଶହ ସଫେଇ କର୍ମଚାରୀ ପୌର ନିର୍ବାହୀ ଅଧିକାରି ଙ୍କୁ ତାଙ୍କର ପେଟ ପାଟନା ସହିତ ଅନୈତିକ ସଫେଇ ଟେଣ୍ଡର କୁ ନେଇ ନିଜର ଅଭିଯୋଗ ପତ୍ର ଦେବାକୁ ଯାଇଥିଲେ ।କିନ୍ତୁ ପୌର ନିର୍ବାହୀ ଅଧିକାରୀ ମୁଁ ଘଣ୍ଟେ ୨ ଘଣ୍ଟା ରେ ଆସୁଛି କହି ( ଯାହା କି ତାଙ୍କର ପୁରୁଣା ଅଭ୍ୟାସ) ପୌରପାଳିକା ନା ଆସିବାରୁ , ଆକ୍ରୋଶ ରେ ଥିବା ମହିଳା ଓ ପୁରୁଷ ପୌର ନିର୍ବାହୀ ଅଧିକାରୀଙ୍କ କୋଠା କୁ ବନ୍ଦ୍ କରି ,ସମସ୍ତ ପୌର କର୍ମଚାରୀଙ୍କୁ ତାଙ୍କୁ ସହଯୋଗ କରିବାକୁ କହିଥିଲେ ଓ ପରେ ସଂଘ ର ସଭାପତି ଆଡ଼ଭୋକଟେ ଶ୍ରୀ ଅଶୋକ ଦାସ ଏହାକୁ ସମର୍ଥନ କରିଥିବାରୁ ସମସ୍ତ ପୌର କର୍ମଚାରୀ ନିଜ ଜାଗା ଛାଡି ବାହାରକୁ ଚାଲି ଆସିଥିଲେ।
ପରେ ଆନ୍ଦୋଳନ କ।ରି ମାନେ ପୂର୍ବତନ ପୌର ଧ୍ୟକ୍ଷ ଙ୍କ ସହିତ କିଛି କାଉନସିଲର କୁ ଫୋନ ମାଧ୍ୟମରେ ଡାକି ସହଯୋଗ କରିବାକୁ କହିଥିଲେ।
କଥା ହେଲା ସୁନ୍ଦରଗଡ଼ ପୌରପାଳିକା ରେ ଦୀର୍ଘ ୫୦;ବର୍ଷରୁ ଉର୍ଦ୍ଧ୍ବ ହେଲା ଶ୍ୱୀପର ପଡା ର ଲୋକେ ବଂଶାନୁକ୍ରମେ ପୌରପାଳିକା ରେ ଥିବା ସହରୀ ମାନଙ୍କର ସେବା କରି , ଏହି ସହର କୁ ସୁସ୍ଥ ରଖିଛନ୍ତି ।କିନ୍ତୁ ଗରୀବ ହୋଇଥିବାରୁ ଓ ନାଳ ନର୍ଦ୍ଦମା କାମ କରୁଥିବାରୁ ତାଙ୍କର ଆୟୁ କମିଯାଇଥାଏ ଓ ସେମାନେ ବିଭିନ୍ନ ରୋଗରେ ସଂକ୍ରମିତ ହୋଇ ଅକାଳ ରେ ମୃତ୍ୟୁବରଣ କରିଥାନ୍ତି। କିନ୍ତୁ ଯେତେବେଳେ ସେମାନେ ବିଭିନ୍ନ ଗଣ ମାଧ୍ୟମରେ ଅନୈତିକ ଟେଣ୍ଡର ଓ କେବଳ ୧୦୦ ଜଣ କର୍ମଚାରୀଙ୍କ ଇ ପିଏଫ ମାଗା ଯାଇଛି ଓ ତାଙ୍କର ଚାକିରି ର କିଛି ଠିକଣା ନାହି, ଆଗରୁ ଯେଉଁ ପାଖା ,ପାଖି ୨୦୦ କର୍ମଚାରୀ କାମ କରୁଛନ୍ତି ତାଙ୍କର କଣ ହେବ , ଏ କଥା ଜାଣି ପାରିଲେ ସେମାନେ ଅକ୍ରୋଷିତ ହେଲେ ।ପରେ ପୂର୍ବତନ ପୌରାଧକ୍ଷ ସହିତ କିଛି କାଉନସିଲର ଙ୍କୁ ସେମାନେ ଫୋନ ମାଧ୍ୟମରେ ଡାକିଥିଲେ।
ଟେଣ୍ଡର କମିଟି ନ ଥାଇ ଟେଣ୍ଡର ନ ଖୋଲିବା , ଗରିବ ପୌରପାଳିକା ର ବଜେଟ୍ ରେ ୨୫:ଲକ୍ଷ୍ୟ ଭିତର କାମକୁ ମାସିକ 46 ଲକ୍ଷ୍ୟ , ସିଙ୍ଗଲ ଟେଣ୍ଡର କୁ ବାତିଲ ନା କରି ଜଣକୁ ଦେବାର ମସୁଦ୍ଧା ,୧୧ ମାସ ବା ବାର୍ଷିକିଆ ଟେଣ୍ଡର ନା କରି 3 ବର୍ଷିଆ ,ଏହି ସବୁ ଅନେକ ଅନିତି କାର୍ଯ୍ଯ ସହିତ ପୋରପଳିକା ର କନିଷ୍ଠ ଯନ୍ତ୍ରୀ ଓ ପୌର ନିର୍ବାହୀ ଅଧିକାରୀଙ୍କ ଭ୍ରଷ୍ଟାଚାର ବିରୁଦ୍ଧରେ ଲୋକେ ସ୍ଲୋଗାନ ଦେଇ ଫିକ୍ସ୍ପିଂ ହୋଇଥିବା ଟେଣ୍ଡର କୁ ବାତିଲ କରି ,ନୂତନ ଟେଣ୍ଡର କରି ସମସ୍ତ ପୌର ସଫେଇ କର୍ମଚାରୀ ଙ୍କ ଚାକିରି ର ସୁରକ୍ଷା ଦେବା ର ଦାବି ରେ ବସି ରହି ଥିଲେ ।କିନ୍ତୁ ପୌର ନିର୍ବାହୀ ଅଧିକାରୀ ନ ଆସିବାରୁ ପ୍ରଥମେ ଉପଜିଲ୍ଲାପାଳ ଓ ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ଥାନୀୟ ନେତା ମାନେ ଫୋନ ମାଧ୍ୟମରେ ସମସ୍ତ କଥା କହିଲା ପରେ ଅତିରିକ୍ତ ଜିଲ୍ଲାପଳ ସନ୍ଧ୍ୟା ୫ ର ପର୍ଯ୍ୟନ୍ତ ନ ଆସିବାରୁ ଆନ୍ଦୋଳନକାରୀ କାଲି ଠାରୁ ସମ୍ପୂର୍ଣ୍ଣ ଭାବରେ ପୌରପାଳିକା ର ସଫେଇ କାମ ସହିତ ସମ୍ମତ ଅଫିସ କାମ ବନ୍ଦ୍ ହେବା ବୋଲି ଗଣମାଧ୍ୟମ କୁ ଜଣାଇଥିଲେ।
ଏଥିରେ ସହର ର ସମସ୍ତ ରାଜନୈତିକ ଦଳର ଯୁବକ ସହିତ ପୂର୍ବତନ ଅଧକ୍ଷ ବେଣୁଧର ତଣ୍ଡିଆ , ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀ, ସୁମନ୍ତ ସାହୁ, ବିଣ ସାହୁ , ୱାର୍ଡ଼ ନଂ 3 ର ପୂର୍ବତନ କାଉନସିଲର ପୁସ୍ପ। ସରଫ୍ , ଯୁବ ନେତା ତ୍ରିଲୋଚନ କାକ , ବୈକୁଣ୍ଠ ବାଞ୍ଛୁର ,ସୁନିଲ ମହାନନ୍ଦ ମହେଶ ତନ୍ତୀ ସମେତ ଅନେକ ଜନସାଧାରଣ ଏହି ଦାବି କୁ ସମର୍ଥନ ଜାଣେ ଇ ଥିଲେ।