ଜୁଆ ଖେଳ ଉପରେ ଚଢ଼ାଉ , ଛଅ ଗିରଫ,୨୯ ହଜାର ୯୦୦ ଟଙ୍କା ଜବତ ।

ରାଜଗାଙ୍ଗପୁର,(ସୁଧୀର ଦାଶ/ହଲଚଲ୍ ନ୍ୟୁଜ୍)-ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ବିଶ୍ୱସ୍ତସୂତ୍ରରୁ ଖବର ପାଇ ସଦଳବଳ କିଷାନ ପଡା ପଛପଟେ ରାତ୍ରୀ ସମୟରେ ନିଛାଟିଆ ବିଲ ରେ ଚାର୍ଜର ଲାଇଟ ଲଗାଇ ଜୁଆ ଖେଳୁ ଥିବା ସମୟରେ ଚଢ଼ାଉ କରି ଛଅଜଣ କୁ ଗିରଫ କରିବା ସହ ତାଙ୍କ ନିକଟରୁ ଅଣତିରିଷ ହଜାର ନଅ ଶହ ଟଙ୍କା ସହ ଛଅ ଟି ମୋବାଇଲ ଏବଂ ଏକ ସ୍କୁଟି ଜବତ କରିଛନ୍ତି । ଏହି ଛଅ ଜଣ ଅଭିଯୁକ୍ତ ହେଲେ ରାଜେଶ ବାଦି , ଏମଡ଼ି ନଦୀମ ନିର୍ବାର୍ଣ , ସତ୍ୟବାନ ପ୍ରଧାନ, ଗୋପାଳ ମୋଦକ, ଜନ ତିର୍କୀ,ଦୀପକ ଠାକୁର ବୋଲି ଜଣାପଡିଛି । କିଛି ଦିନ ହେଲା ରାଜଗାଙ୍ଗପୁର ପୋଲିସ ନିଶା ବେପାରୀ ତଥା ସଟ୍ଟା ଖେଳାଉ ଥିବା ମାଫିଆଙ୍କ ଉପରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛନ୍ତି । ବର୍ତ୍ତମାନ ରାଜଗାଙ୍ଗପୁରର ନିଶା ବେପାରୀ, ଜୁଆଡି, ସଟ୍ଟା ମାଫିଆଙ୍କ ଭିତରେ କକୁଆ ଭୟ ସୃଷ୍ଟି କରିଛି । ପୋଲିସର ଏଭଳି ପଦକ୍ଷେପକୁ ନେଇ ସାଧାରଣ ଜନତା ପ୍ରଶଂସା କରିଛନ୍ତି ।