ସମ୍ବିଧାନ କୁ ପୋଡିବା ଘଟଣା କୁ ନେଇ ବଙ୍ଗୋମୁଣ୍ଡା ଥାନା ରେ ଏତଲା

ବଙ୍ଗୋମୁଣ୍ଡା,(ହଲଚଲ୍ ନ୍ୟୁଜ୍)-ଗତ ଅଗଷ୍ଟ ୯ ତାରିଖ ଦିନ ଦିଲ୍ଲୀ ଯନ୍ତରମନ୍ତର ଠାରେ କିଛି ଆନ୍ଦୋଲନ କାରୀ ବାବା ସାହେବ ଆମ୍ବେଦକର ଙ୍କୁ ଅସଭ୍ୟ ଭାଷା ରେ ଗାଲିଗୁଲଜ କରିବା ସହ ସମ୍ବିଧାନ କୁ ପୋଡି ଦେଇଥିବା ଅଭିଯୋଗ ନେଇ ଦୋଷୀ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବଙ୍ଗୋମୁଣ୍ଡା ଥାନାରେ ବିଭିନ୍ନ ସଂଗଠନ ପକ୍ଷରୁ ଥାନା ରେ ଏତଲା ଦିଆଯାଇଛି । ସମ୍ବିଧାନ କୁ ପୋଡିଥିବା ଦୋଷୀ ଙ୍କୁ ଦେଶ ଦ୍ରୋହୀ ଆଖ୍ୟା ଦିଆଯାଉ ଏବଂ ତାକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ।ବଙ୍ଗୋମୁଣ୍ଡା ଥାନାଧିକାରୀ ଙ୍କ ଅନୁପସ୍ଥିତି ରେ ଏସଆଇ ସୁନ୍ଦର ବେହେରା ଙ୍କୁ ଏତଲା ଦିଆଯାଇଥିବା ଜଣାପଡିଛି । ଏଥିରେ ବହୁଜନ ମୁକ୍ତି ମୋର୍ଚ୍ଚା ର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ହଂସ,ଉକ୍ରଳ କନ୍ଧ ସମାଜ ବୁଡୁକା ପ୍ରଗଣା ର ବ୍ଲକ ସଭାପତି ଉଜ୍ୱଲ ସିଂ ଭୋଇ,ଲକ୍ଷେଘର ଗଣ୍ଡା ସମାଜ ର ବଙ୍ଗୋମୁଣ୍ଡା ବ୍ଲକ ସଭାପତି କୈଲାସ ବାଗ,ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜିଲ୍ଲା ସଂଗଠକ ସୁରେଶ ଭୋଇ,ରେଣୁରଞ୍ଜନ ବାଗ,ନରେଶ ବାଗ,ମଦନ ମହାନନ୍ଦ,ଭୀଷ୍ମ ବାଗ,ସିଦ୍ଧାର୍ଥ ବଏ,ଅମର ବାଗ,ଗଣେଷ ବାଗ,ରାହୁଲ ସୁନା,ଉମେଶ ଛୁରା ପ୍ରମୁଖ ଙ୍କ ସମେତ ସତନାମୀ କଲ୍ୟାଣ ସମିତି ଓଡିଶା ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *