କସିରା୧୪ତମ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ;ଆପନାଭିଟାଇମ୍ ଆୟେଗା ଚ଼ାମ୍ପିଅନ,

କେନ୍ଦୁଝର,ତା ୨୦ ଜାନୁଆରୀ (ହଲଚଲ୍ ନ୍ୟୁଜ୍/ହିମାଂଶୁ ଶେଖର ଦାସ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ କସିରା ଗ୍ରାମରେ ମକର ଅବସର ରେ ୧୪ତମଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏଥି୍ର ୬ଟି ଦଳ ଅଂଶଗ୍ରହଣ କରୁଥିଲେ।ପ୍ରଥମ ମ୍ୟାଚ଼୍ ଆପନାଭିଟାଇମ୍ ଆୟେଗା ଏବଂ ହାମନାହିଁ ସୁଦରେଙ୍ଗି ମଧ୍ୟରେ ହୋଇଥିଲା।ଆପନାଭିଟାଇମ୍ ଆୟେଗା ୧.୦ଗୋଲଦେଇ ବିଜୟୀ ହୋଇଥିଲା।ଫାଇନାଲ ମ୍ୟାଚ଼ ଟ୍ରିପଲ ଏକ୍ସ ଆପନାଟାଇମ ଆୟେଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପେଣ୍ତାଲଟିକ ଗୋଲ ଦେଇ ଆପନାଟାଇମ ଆୟେଗା ବିଜୟୀ ହୋଇ ଚ଼ଳିତ ବର୍ଷ ଚ଼ାମ୍ପିଅନ ହୋଇଛି।ମୁଖ୍ୟ ଅତିଥି ପୂର୍ବତନ ଖେଳାଳି ସୁନିଲ ମାଝି ଉମେଶ ମାଝି ଯୋଗଦେଇ ବିଜୟୀ ଦଳକୁ ୩ହଜାର ଟଙ୍କା ସହ ଟ୍ରଫି ରନର୍ସ ଦକ କୁ ୧୫ଶହ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।ରେଫରି ଭାବେ ଜଗୁ ମାଝି ଶିବ ପ୍ରସାଦ ମାଝି ଖେଳ ପରିଚ଼ାଳନା କରିଥିଲେ।କମିଟି ର ସଦସ୍ୟ ବିଦ୍ୟାଧର ମହାନ୍ତ, ଯୁଧିଷ୍ଠିର ମହାନ୍ତ,ଦିଲୁ ମାଝି,ସିରି ମାଝି,ସିପୁ ମାଝି,ଦୀପକ ମାଝି,ପ୍ରମୁଖ ସହଯୋଗ କରିଥିଲେ।