ଝାରସୁଗୁଡ଼ା ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସଚେତନତାକୁ ନେଇ ବିରାଟ ଶୋଭାଯାତ୍ରା ସହ ବିଶାଳ ସମାବେଶ

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସଚେତନତାକୁ ନେଇ ବିରାଟ ଶୋଭାଯାତ୍ରା କରିବା ସହ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡା ସହର ମନମୋହନ ସ୍କୁଲ ପଡିଆରୁ ନାଗରିକତା ସଂଶୋଧନ ଆଇନ ସଚେତନତାକୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ଝଣ୍ଡା ଛକ, ରେଳ ଷ୍ଟେସନ ଛକ ଦେଇ ବସ ଷ୍ଟାଣ୍ଡରେ ପହଞ୍ଚିଥିଲା ।  ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସହ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଅଧକ୍ଷତାରେ ନାଗରିକତା ସଂଶୋଧନ ଆଇନକୁ ଲୋକମାନଙ୍କ ଭଲ ପାଇଁ ଅଣାଯାଇଛି ଏବଂ ଏହାକୁ ଦେଶ ତଥା ରାଜ୍ୟରେ କାର୍ଯ୍ୟକାରୀ କରିବା ଦିଗରେ ଲୋକଙ୍କୁ ସଚେତନ କରାଇଥିଲେ । ଉଭୟ ପାକିସ୍ତାନ, ଆଫଗାନିସ୍ତାନ, ବଙ୍ଗଳାଦେଶ ରେ ଥିବା ଅଳ୍ପ ସଂଖ୍ୟକ ତଥା ସଂଖ୍ୟା ଲଘୁ ମାନଙ୍କ ପାଇଁ ଭାରତ ଦେଶ ରେ ନଗରିକତା ମିଳିପାରିବ ଯାହା ବିଜେପି ର ଐତିହାସିକ ପଦକ୍ଷେପ ବୋଲି ସର୍ବ ସମ୍ମୁଖରେ କୁହାଯାଇଥିଲା । ଏହାକୁ ବିରୋଧୀ ଦଳର ରାଜନେତା ମାନେ ଲୋକମାନଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରାଯାଉଥିବାର ଦେଖିବାକୁ ମିଳିଛି । ହେଲେ ଏହି ଆଇନ ଦ୍ୱାରା କୌଣସି ମୁସଲିମ ସମ୍ପ୍ରଦାୟର ଲୋକେ ନିଜର ନଗରିକତା ହରେଇପାରିବେ ନାହିଁ ବୋଲି ଦମ୍ଭକ୍ତି ପ୍ରକାଶ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବର୍ଗର ଲୋକମାନେ ବିପୁଳ ସମର୍ଥନ ଜଣାଇଥିଲେ । ଶୋଭାଯାତ୍ରା ରେ ଜନସମୁଦ୍ର ଯୋଗବଦେଇଥିବାର ଦେଖିବାକୁ ମିଳିଥିଲା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣିକ ସଙ୍ଘ, ବରିଷ୍ଠ ନାଗରିକ ସଙ୍ଘ, ବିଭିନ୍ନ ଆଇନଜୀବୀ, ଅଙ୍ଗନବାଡି ମହିଳା ଓ ଅନ୍ୟାନ୍ୟ ବହୁ ସଂଗଠନ ଏହାକୁ ସମର୍ଥନ ଜଣାଇଥିଲେ । ଏହି ନାଗରିକତା ଶୋଭାଯାତ୍ରାରେ ତିରଙ୍ଗା ପତାକା ସହ ସି .ଏ. ଏ  କୁ ସମର୍ଥନ କରୁଥିବା ପତାକା ଦେଖାଇ ପଦଯାତ୍ରାରେ ବାହାରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ, ଟଙ୍କଧର ତ୍ରିପାଠୀ, ନେତାଜୀ ପଟନାୟକ, ନିଳାମ୍ବର ଡ଼ନସେନା, ରିତେଶ ସୋନକର, ବବଲୁ ସିଂ, ପୁରୁଷୋତ୍ତମ ଥିରାଣୀ, ଭୀମଳେନ୍ଦୁ ଭୋଳ, ରାଜେଶ ଜୟଶ୍ୱଲ, ସତ୍ୟ ବହିଦାର, ରାଜୁ ଶ୍ରୀବସ୍ତାଵ, ରାଜେଶ ପଟେଲ, ଉମେଶ ଗୁପ୍ତା, ପ୍ରମୋଦ ସେନାପତି, ରଘୁରାମ ପାଳ, ବାଳଗୋବିନ୍ଦ ମିଶ୍ର, ରମେଶ ଗାନ୍ଧୀ, ଦିଲୀପ ସକୁନିଆ, ଦିନେଶ ଜୈନ, ଶ୍ଳୋକ ସରଣା, ଚିତ ରଞ୍ଜନ ପାତ୍ର, ମମତା ଦୀପ, ବିପିନ ଶର୍ମା, ଚନ୍ଦ୍ରମଣି ସାହୁ, ଶୈଳେଶ ଚୌଧୁରୀ, ବିଉଟି ଶ୍ରୀବସ୍ତାଵ ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେପି କର୍ମୀ ସାମିଲ ହୋଇଥିଲେ ।