ଝାରସୁଗୁଡ଼ା ଖିଦମଦ୍ ସ୍ବେଚ୍ଛାସେବୀ କମିଟି ପକ୍ଷରୁ “ପ୍ଲାଷ୍ଟିକ ବର୍ଜନକୁ” ନେଇ ଚିତ୍ରାଙ୍କନ ପ୍ରତିଯୋଗିତା

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)
ଝାରସୁଗୁଡ଼ା ଖିଦମଦ ସ୍ବେଚ୍ଛାସେବୀ କମିଟି ପକ୍ଷରୁ ଟାଉନ ହାଇସ୍କୁଲ ଠାରେ ସ୍କୁଲର ଛାତ୍ରମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଚିତ୍ରାଙ୍କନ ପ୍ରତିଯୋଗୀତାକୁ ଝାରସୁଗୁଡ଼ା ପୋୖରାଞ୍ଚଳ ଅଧିକାରୀ ରାମଚନ୍ଦ୍ର  ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସ୍କୁଲର ପ୍ରାୟ ୧୫୦ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ । ପ୍ଲାଷ୍ଟିକ ବର୍ଜନ କରିବା ତଥା ଝାରସୁଗୁଡ଼ାରୁ ପ୍ଲାଷ୍ଟିକ ମୁକ୍ତ କରିବାର ସପ୍ନକୁ ସାକାର କରିବା ପାଇଁ ଏଭଳି ପଦକ୍ଷେପ ଖିଦମଦ ସ୍ବେଚ୍ଛାସେବୀ କମିଟି ପକ୍ଷରୁ ନିଆଯାଇଛି । ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଥିବା ବେଳେ ମୁଖ୍ୟ ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଶଂସା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ତ୍ରିପାଠୀ, ଶିକ୍ଷୟତ୍ରୀ ସାଗରିକା ମିଶ୍ର, ମନୋଜା ପୂଜାରୀ, ସୀମା କୁମାରୀ ସହଯୋଗ କରିଥିବା ବେଳେ ଖିଦମଦ ସ୍ବେଚ୍ଛାସେବୀ କମିଟି ପକ୍ଷରୁ ରାଜୁ କ୍ୟୁରେସି, ଏମଡ଼ି ନାସିର, ଏସ କେ କଲିମ, ଇମ୍ରାନ ଖାନ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ପ୍ରତିଯୋଗିତାଟି ସଫଳ ହୋଇଥିଲା । ଆଗକୁ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟ ମାନଙ୍କରେ ଏଭଳି ପ୍ରତିଯୋଗିତା କରାଯିବ ବୋଲି ଖିଦମଦ ସ୍ବେଚ୍ଛାସେବୀ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।